Latest Odisha News

BREAKING NEWS

[ଭିଡ଼ିଓ] ନିଆରା ଚିତ୍ରକଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ଥିଲେ ସେ । ଦେଶର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଭାରତର ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା , ତେଜମୟ ବ୍ୟକ୍ତିତ୍ୱ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ନେତାଜୀ।

ତେବେ ସୁଭାଷଙ୍କ ଏହି ଜନ୍ମ ଜୟନ୍ତୀରେ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ। ସେ ତାଙ୍କ ଚିତ୍ର କଳା ମାଧ୍ୟମରେ ସୁନ୍ଦର ପେଣ୍ଟିଂ କରିଛନ୍ତି। ରଙ୍ଗ ତୂଳୀ ସାହାଯ୍ୟରେ ସୁଭାଷଙ୍କ ପ୍ରତିକୃତି ଆଙ୍କିଛନ୍ତି। ଯାହା ତିଆରି କରିବାକୁ ତାଙ୍କୁ ପ୍ରାୟ ୩ଘଣ୍ଟା ସମୟ ଲାଗିଥିଲା।

ଆସନ ଉପରେ ଆକ୍ରିଲିକ୍ ରଙ୍ଗ ବ୍ୟବହାରରେ ଏହି ପେଣ୍ଟିଂ କରି ସୁଭାଷଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା . . .

Comments are closed, but trackbacks and pingbacks are open.