Latest Odisha News

BREAKING NEWS

ଧୀରେ ଧୀରେ କମୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଗତ ୭,୮ ଦିନରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଯଦିଓ କମିବାଟା ଏତେ ଜୋର ନୁହେଁ, କିନ୍ତୁ ଆମର ବର୍ତ୍ତମାନ ପର୍ଯ୍ୟନ୍ତ କମୁଛି । ଟେଷ୍ଟିଂର ମାତ୍ରା କମିନି । ୭୦ ହଜାର ଉପରେ ଟେଷ୍ଟିଂ ରହିଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ଆମେ ପିକ୍ ଛୁଇଁଛେ କି ନାହିଁ, ଏଥିପାଇଁ ଜାଣିବାକୁ ଆମକୁ ଆଉ ୨ରୁ ୪ ଦିନ ଲାଗିବ । ଦ୍ୱିତୀୟ ଲହରରେ ଅନେକ ବିଶେଷଜ୍ଞ ଆକଳନ କରିଥିଲେ, ଜୁଲାଇ ମାସରେ କମିଯିବ । ହେଲେ ଏହା ଜୁଲାଇ ମାସ ସୁଦ୍ଧା କମିନଥିଲା । ଆମକୁ ସେପ୍ଟେମ୍ବର, ଅକ୍ଟୋବର ପର୍ଯ୍ୟନ୍ତ ଲାଗିଥିଲା ।

ଗୋଟିଏ ଭଲ ଦିଗ ହେଲା ଆମର ପଜିଟିଭ ସଂଖ୍ୟା କମୁଛି । କିନ୍ତୁ ପଜିଟିଭଟା ଦ୍ରୁତ ବେଗରେ ନକମି ଧୀରେ ଧୀରେ କମୁଛି । ତେଣୁ ଆଉ କିଛି ଦିନ ଟ୍ରେଣ୍ଡ ଆମକୁ ଦେଖିବାକୁ ପଡ଼ିବ । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ପଜିଟିଭଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି ।

Comments are closed, but trackbacks and pingbacks are open.