Latest Odisha News

BREAKING NEWS

‘ରିଜର୍ଭ ବ୍ୟାଙ୍କ’ ଇଡ଼ି ପଦବୀରେ ନିଯୁକ୍ତ ହେଲେ ଓଡ଼ିଆ ବ୍ୟାଙ୍କର୍ ରବି ମିଶ୍ର

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବା ଏକଜିକ୍ୟୁଟିଭ ଡ଼ାଇରେକ୍ଟର୍ (ଇଡ଼ି) ପରି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ପଦୋନ୍ନତି ହୋଇଛନ୍ତି ଓଡ଼ିଶାର ବ୍ୟାଙ୍କର୍ ରବି ନାରାୟଣ ମିଶ୍ର ।

ଏହି ନୂତନ ପଦବୀରେ ନିଯୁକ୍ତ ହେବା ପରେ ଏହି ଓଡ଼ିଆ ବ୍ୟାଙ୍କର୍ ଭାରତୀୟ ରିଜର୍ଭ ବ୍ୟାଙ୍କର ଆପେକ୍ସ ବ୍ୟାଙ୍କ ଅନ୍ତର୍ଗତ ସ୍ପେଶିଆଲିଟି ସୁପରଭାଇଜରୀ ତଥା ରେଗୁଲେଟୋରୀ କ୍ୟାଡ଼ର ବିଭାଗର ଦାୟିତ୍ୱ ନିର୍ବାହ କରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୂର୍ବରୁ ରୋଜମେରୀ ସେବାଷ୍ଟିଆନ ରହିଥିଲେ । ତାଙ୍କ ପରେ ଏହି ସ୍ଥାନ ଖାଲି ପଡ଼ିଥିଲା ।

ଏହି ପଦବୀରେ ନିଯୁକ୍ତ ହେବା ପୂର୍ବରୁ ଶ୍ରୀ ମିଶ୍ର ରିସ୍କ ମ୍ୟାନେଜମେଣ୍ଟ ବିଭାଗର ପ୍ରିନସିପାଲ୍ ଚିଫ୍ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ।

Leave A Reply

Your email address will not be published.