Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଗୁପ୍ତ ନୀତି ଲାଗି ଦାୟିତ୍ୱ ନେଲେ ଦଇତାପତି ସେବାୟତ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିଥିବା ଦଇତାପତିମାନେ ଶ୍ରୀଜୀଉଙ୍କ ପାରମ୍ପରିକ ଗୁପ୍ତ ନୀତି କାର୍ଯ୍ୟନିର୍ବାହ କରିଥାନ୍ତି । ବର୍ଷସାରା ଶ୍ରୀମନ୍ଦିରରେ ପଣ୍ଡା ସେବାୟତମାନେ ପୂଜା କାର୍ଯ୍ୟ ତୁଲାଉଥିବାବେଳେ ରଥଯାତ୍ରା ସମୟରେ ଏହି ଦଇତାପତି ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ପରମ୍ପରା ଅନୁସାରେ ଦଇତାପତି ସେବାୟତମାନେ ଦେବସ୍ନାନ ପୂର୍ଣ୍ଣିମା ତଥା ଆଷାଢ ମାସର ଆରମ୍ଭ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ବାହ କରିଥାନ୍ତି ।

ନବକଳେବର ସମୟରେ ଦଇତାପତିମାନଙ୍କର ପ୍ରମୁଖ ଭୂମିକା ରହିଥାଏ । ମହାପ୍ରଭୁଙ୍କ ଲାଗି କାଷ୍ଠ ଚୟନ ଭଳି ଗୁରୁ ଦାୟିତ୍ୱ ସେମାନଙ୍କର ଉପରେ ନ୍ୟସ୍ତ ଥାଏ । ପୌରାଣିକ କଥାନୁଯାୟୀ ଦଇତାପତିମାନେ ହେଉଛନ୍ତି ଶ୍ରୀଜିଉଙ୍କର ସମ୍ପର୍କୀୟ । ଏହି ଦଇତାପତି ସେବାୟତମାନେ ବିଶ୍ୱାବସୁଙ୍କର ବଂଶଧର । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ପ୍ରତିଷ୍ଠା ହେବା ପୂର୍ବରୁ ବିଶ୍ୱାବସୁ ହିଁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରୁଥିଲେ ।

Leave A Reply

Your email address will not be published.