Latest Odisha News

ଓଡ଼ିଆ ଭାଷା ଲଢେଇରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ…

ଭୁବନେଶ୍ୱର: କୋଟି କୋଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଉତ୍କଳ ଦିବସ । ତେବେ ଆଜି ଆମେ ଅନୁଭବ କରୁଥିବା ଏହି ଗୌରବରେ ଆମକୁ ମଣ୍ଡିତ କରିଥିବା ମହାପୁରୁଷ ମାନଙ୍କ ପାଖରେ ଏହି ଓଡ଼ିଆ ଜାତି ଚୀର ରୁଣୀ ।

ଓଡ଼ିଆ ଭାଷା ଯୁଦ୍ଧରେ ଉତ୍କଳ ଗୌରବ ମଧୁସୂଦନଙ୍କ ଅବଦାନ ସମ୍ପର୍କରେ ଜାଣନ୍ତୁ..

ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅସୀମ ଜାତିପ୍ରୀତି, ଚରମ ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକ ନିଷ୍ଠା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ ।

ଓଡ଼ିଆ ଜାତୀୟ ଆନ୍ଦୋଳନର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ବିଚ୍ଛିନ୍ନାଚଂଳକୁ ଏକତ୍ର କରି ଆଧୁନିକ ଓଡ଼ିଶା ଗଠନ କରିବାରେ ସେ ଥିଲେ ପ୍ରଧାନ ପୁରୋଧା ।

ସତ୍ୟ, ନ୍ୟାୟ ଓ ସାଧୁତା ପ୍ରଦର୍ଶନ କରି ଓଡ଼ିଆ ଜାତିର ନୈତିକତା ଓ ସଚ୍ଚୋଟତାର ଗୌରବମୟ ପରମ୍ପରା ସେ ସୃଷ୍ଟି କରିଥିଲେ । ମହାତ୍ମା ଗାନ୍ଧୀ ଆନୁଷ୍ଠାନିକ ଭାବେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କରିବାର ବହୁ ପୂର୍ବରୁ ଓଡ଼ିଶାରେ ମଧୁସୂଦନ ଏହା ଆରମ୍ଭ କରିଥିଲେ ।

୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ ଉତ୍କଳ ସଭା ଏବଂ ୧୯୦୩ରେ ଉତ୍କଳ ସମ୍ମିଳନୀ ।

Leave A Reply

Your email address will not be published.