ଭୁବନେଶ୍ୱର: ଏପ୍ରିଲ ୧, ଉତ୍କଳ ଦିବସ ।୧୯୩୬ ମସିହାରେ ଏହି ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ।
ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହା ଥିଲା ଊନବିଂଶ ଶତାଦ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡିଶାର ନବଜାଗରଣ ପର୍ବର ଚୂଡାନ୍ତ ଫଳଶ୍ରୁତି । ଯେଉଁ ମାନଙ୍କର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଓଡିଆ ଜାତି, ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସୁସଂଗଠିତ ।
ତେବେ ଉତ୍କଳକୁ ଏହି ଯୁଦ୍ଧରେ ବିଜୟର ମୁକୁଟ ପିନ୍ଧାଇ ବାରେ ଏହି ମହାପୁରୁଷ ମାନଙ୍କର ଅବଦାନ ଭୁଲି ହେବନି…
୧-ଉତ୍କଳ ଗୌରବ ମଧୁସୂଦନ ଦାସ:
ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ ।
୨-ଉତ୍କଳମଣି ଗୋପବନ୍ଧୁ ଦାସ:
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବାର ଅଭିପ୍ରାୟରେ, ଗୋପବନ୍ଧୁ ୧୯୧୯ ଅକ୍ଟୋବର ମାସ ୪ ତାରିଖ, ଦଶହରା ତିଥିରେ ପ୍ରକାଶ କଲେ ‘ସାପ୍ତାହିକ ସମାଜ’ ।
୩-ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ:
ନବ ଉତ୍କଳର ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କେବଳ ଓଡିଶାର ନୁହଁନ୍ତି, ସେ ସମଗ୍ର ଭାରତ ବର୍ଷ ପାଇଁ ଗୁଣଗ୍ରାହୀ ବ୍ୟକ୍ତିତ୍ୱ ଥିଲେ । ଓଡିଆ, ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ।
୪-ମହାରାଜା କୃଷ୍ଣଚନ୍ଦ୍ର ଗଜପତି:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (୧୮୯୨-୧୯୭୪) ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଜନ୍ମିତ ଜଣେ ଶାସକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ ।
୫-ବ୍ୟାସକବି ଫକୀର ମୋହନ ସେନାପତି:
ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
୬-ସ୍ୱଭାବ କବି ଗଙ୍ଗାଧର ମେହେର:
ଗଙ୍ଗାଧର ମେହେର ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ । ସେ ଏକାଧାରରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ ।
୭-କବିବର ରାଧାନାଥ ରଥ:
ରାଧାନାଥ ରଥ ଜଣେ ଓଡ଼ିଆ ସାମ୍ବାଦିକ, ସମ୍ପାଦକ,ସାହିତ୍ୟିକ, ଶିକ୍ଷାବିତ, ରାଜନେତା ଓ ସମାଜସେବୀ ଥିଲେ ।
୮-କର୍ମବୀର ଗୌରୀଶଙ୍କର:
ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗ ନେଇଥିଲେ । ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା ।
୯-ପଣ୍ଡିତ ନୀଳକଣ୍ଠ:
ନୀଳକଣ୍ଠ ଦାସ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧିନତା ସଂଗ୍ରାମୀ । ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ନୀଳକଣ୍ଠ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ ।
୧୦-ହରିହର ମର୍ଦରାଜ:
ରାଜନୀତିକ ବିଛିନ୍ନ ଗଂଜାମବାସୀଙ୍କ ଓଡ଼ିଶାବାସୀଙ୍କ ସହିତ ମିଶ୍ରଣ ଆକା“କ୍ଷାର ଉଦବେଳିତ ଉବ୍ଦୀପନାରେ ଭାବବିହ୍ବଳ ହୋଇ ଯାଇଥିଲେ ସମସ୍ତେ; ବିଶେଷକରି ଓଡ଼ିଶାରୁ ଯୋଗଦେଇଥିବା ନେତୃବୃନ୍ଦ । ସେହି ଏକା ଉଦ୍ଦେଶ୍ୟରେ- ସବୁ ଓଡ଼ିଆଙ୍କୁ ଏକତ୍ର କରିବାପାଇଁ କେବଳ ଗଂଜାମ କାହିଁକି ସଂପୂର୍ଣ୍ଣ ଜାତୀୟ ସ୍ତରରେ ତାହାକୁ ବିସ୍ତାରିତ କରାଇବା ଲକ୍ଷ୍ୟ ନେଇ ପୁନର୍ଗଠିତ କରିବାପାଇଁ ତତକାଳ ହିଁ ମନସ୍ଥ କରିଥିଲେ ମଧୁବାବୁ । ରମ୍ବାରାଜବାଟୀରୁ ତାହାର ଅୟମାରମ୍ଭ ହୋଇଥିଲା ଏବଂ ସେଥିପାଇଁ ଖଲିକୋଟ ରାଜା ହରିହର ମର୍ଦରାଜ ଦେଓଙ୍କ ସମେତ ରଂଜାମର ଶ୍ରୀବସ୍ଥ ପଣ୍ଡା, ନୀଳମଣି ବିଦ୍ୟାରତ୍ନ ପ୍ରମୁଖଙ୍କ ସେଥିପାଇଁ ଅବଦାନ ଅବିସ୍ମରଣୀୟ ।
୧୧-ବାମଣ୍ଡା ରାଜା ସାର୍ ବାସୁଦେବ ସୁଢ଼ଳ :
ବାସୁଦେବ ସୁଢ଼ଳଦେବ, ଦେଶୀୟ ରାଜ୍ୟ ବାମଣ୍ଡାର ୨୭ତମ ରାଜା ଥିଲେ । ତାଙ୍କ ରାଜତ୍ୱ କାଳରେ, ବାମଣ୍ଡାର ସର୍ବାଙ୍ଗୀନ ଉନ୍ନତି ଘଟିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟର ସେ ଜଣେ ପୃଷ୍ଟପୋଷକ ଥିଲେ ।