Latest Odisha News

BREAKING NEWS

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।

ଦେବୁ ବୋଷ ଅସୀ ଦଶକରେ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ । ତାଙ୍କର ନିଖୁଣ ଅଭିନୟ ପରାକାଷ୍ଠା ଯୋଗୁଁ ଦର୍ଶକ ମହଲରେ ବେଶ୍ ପରିଚିତ ହୋଇପାରିଥିଲେ । ଦେବୁ ବୋଷ ‘ତପସ୍ୟା’ ସିନେମାରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।

ତାଙ୍କର ଅଭିନୀତ କେତେଗୁଡ଼ିଏ ଲୋକପ୍ରିୟ ତଥା ହିଟ୍ ଚଳଚ୍ଚିତ୍ର ଗୁଡ଼ିକ ହେଲା ‘ପୁଅ ମୋର କଳା ଠାକୁର’, ‘ସୁନା ଚଢେଇ’, ‘ସହରୀ ବାଘ’, ‘କାବେରୀ’ ଓ ‘ରାସ୍ତା’ ।

ଡ଼ିସେମ୍ବର ୨ ତାରିଖ ୧୯୪୨ ମସିହାରେ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଦେବୁ ବୋଷ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଯିବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

 

Leave A Reply

Your email address will not be published.