Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ୨୬ଟି ଗୋଲ୍ ଦେଇ ବିଶ୍ୱହକିରେ ଇତିହାସ ରଚିଲା ଭାରତ !

ଜାକର୍ତ୍ତା : କେବଳ ଏସୀୟ କ୍ରୀଡ଼ାରେ ନୁହେଁ, ବରଂ ବିଶ୍ୱ ହକିରେ ଇତିହାସ ରଚିଲା ଭାରତୀୟ ହକି ଦଳ । ଆଜି ଏସିଆନ ଗେମ୍ସର ହକି ମ୍ୟାଚରେ ଭାରତୀୟ ଦଳ ହକଂକଙ୍ଗ ଚାଇନାକୁ ୨୬-୦ ଗୋଲରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିପାରିଛି ।

ଭାରତୀୟ ଦଳ ପ୍ରତିପକ୍ଷ ଟିମ୍ କୁ ୨୬ଟି ଗୋଲ୍ ଦେଇ ୮୬ ବର୍ଷ ତଳର ନିଜ ରେକର୍ଡ଼ ଭାଙ୍ଗିଛି । ୮ଥର ଅଲିମ୍ପିକ ଚାମ୍ପିୟନ ଭାରତ ୧୯୩୨ ମସିହା ଅଲିମ୍ପିକ୍ସରେ ଆମେରିକା ବିପକ୍ଷରେ ୨୪-୧ ଗୋଲ ଦେଇ ଆଜି ପର୍ଯ୍ୟନ୍ତ ବିଶ୍ୱହକିରେ ସର୍ବାଧିକ ସ୍କୋର ରେକର୍ଡ଼ ଅକ୍ଷୁର୍ଣ୍ଣ ରଖିଥିଲା । କିନ୍ତୁ ଆଜି ହକଂକଙ୍ଗ ଚାଇନା ଦେଶ ବିରୁଦ୍ଧରେ ୨୬ଟି ଗୋଲ୍ ଦେଇ ନିଜ ରେକର୍ଡ଼ ଭାଙ୍ଗିବା ସହିତ ଇତିହାସ ରଚିଛି ଭାରତ ।

 

୧୪ଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ୍ ସ୍କୋର କରି ଆଜି ଏହି ମ୍ୟାଚରେ ଅନ୍ୟ ଏକ ରେକର୍ଡ଼ ସୃଷ୍ଟି କରିପାରିଛି ଭାରତୀୟ ହକି ଦଳ ।

ଭାରତୀୟ ଡ୍ରାଗ୍ ଫ୍ଲିକର୍ ରୁପିନ୍ଦର ପାଲ ସିଂହ ସର୍ବାଧିକ ୫ଟି ଗୋଲ୍ ସ୍କୋର କରିଛନ୍ତି । ଭାରତୀୟ ଖେଳାଳି ହରମନ ପ୍ରୀତ୍ ୪ଟି ଗୋଲ୍, ଆକାଶ ଦୀପ ସିଂହ ୩ଟି କରି ଗୋଲ୍ ସ୍କୋର କରିଛନ୍ତି ।

ସେହିପରି ମନପ୍ରୀତ୍ ସିଂହ, ଲଳିତ ଉପାଧ୍ୟାୟ ଓ ବରୁଣ କୁମାର ୨ଟି ଲେଖାଏଁ ଗୋଲ୍ ସ୍କୋର କରିଥିଲେ ।

ଓଡ଼ିଆ ଖେଳାଳି ଅମିତ ରୋହିଦାସ ଖେଳର ୨୭ ମିନିଟରେ ଏକ ଗୋଲ୍ ସ୍କୋର କରିଥିଲେ । ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିବା ଅନ୍ୟ ଖେଳାଳିମାନେ ହେଲେ, ଏସଭି ସୁନୀଲ, ବିବେକ ସାଗର ପ୍ରସାଦ, ମନଦୀପ ସିଂହ, ଦୀଲପ୍ରୀତ ସିଂହ, ଚିଙ୍ଗଲେସନା ସିଂହ କଙ୍ଗୁଜାମ, ସିମରଜିତ୍ ସିଂହ ଏବଂ ସୁରେନ୍ଦ୍ର କୁମାର ।

Leave A Reply

Your email address will not be published.