Latest Odisha News

BREAKING NEWS

ଓଟିଟି ପ୍ଲାଟଫର୍ମରେ ଆସୁଛି ‘ଦସ୍ୟୁ ରଞ୍ଜନ’ ଡ଼ିଟେ଼କ୍ଟିିଭ୍ ସିରିଜ୍‌

ଭୁବନେଶ୍ୱର: ଉଭୟ ଅଶି ଓ ନବେ ଦଶକରେ ପୁସ୍ତକପ୍ରିୟ ଲୋକଙ୍କ ଭିତରେ ଛାଇ ଯାଇଥିବା ଚର୍ଚ୍ଚିତ ଡ଼ିଟେକ୍ଟିଭ୍ ସିରିଜ୍ ‘ଦସ୍ୟୁ ରଞ୍ଜନ’ ପୁଣି ଥରେ ପାଠକଙ୍କ ପାଖକୁ ଫେରୁଛି । ତେବେ ବହି ଆକାରରେ ନୁହେଁ ବରଂ ଟେଲିଭିଜନ ସିରିଜ୍ ଆକାରରେ ଏହା ଦର୍ଶକଙ୍କ ପାଖରେ ପହଞ୍ôଚବ । ନୂଆ ଓଡ଼ିଆ ଓଟିଟି ପ୍ଲାଟଫର୍ମ ‘ଆଓ ନେକ୍ସଟ୍‌’ରେ ଏହା ଦେଖିବାକୁ ମିଳିବ ।

ଗୋଟେ ସମୟ ଥିଲା ଯେତେବେଳେ ସୂଚନା ଓ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିବା ବହି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷିତ କରି ପାରୁଥିଲା । ଆଉ ସେହି ସମୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଡ଼ିଟେକ୍ଟିଭ୍ ସିରିଜ୍ ବିଭିନ୍ନ ବର୍ଗର ପାଠକଙ୍କୁ ବେଶ୍ ଆକର୍ଷିତ କରିପାରୁ ଥିଲା । ଏହା ପ୍ରାୟ ୪୦ ବର୍ଷ ତଳର କଥା । ସେ ସମୟରେ ଯେଉଁ କେତେଜଣ ଡ଼ିଟେକ୍ଟିଭ୍ ସିରିଜ୍ ପୁସ୍ତିକା ଲେଖିବାରେ ଆଗଧାଡ଼ିରେ ଥିଲେ ସେମାନଙ୍କ ଭିତରେ କିମ୍ବଦନ୍ତୀ ଓଡିଆ ରହସ୍ୟ ଲେଖକ ପ୍ରମୋଦ କୁମାର ପଣ୍ଡା ହେଉଛନ୍ତି ଅନ୍ୟତମ । ତାଙ୍କ ଲିଖିତ ‘ଦସ୍ୟୁ ରଞ୍ଜନ’ ସମସାମୟିକ ପାଠକଙ୍କ ଭିତରେ ଅପୂର୍ବ ଆଦର ଲାଭ କରି ପାରିଥିଲା ।

ସୁଖର କଥା ହେଉଛି ଲୋକଙ୍କ ପାଖରେ ବିକଳ୍ପ ମନୋରଞ୍ଜର ମାଧ୍ୟମ ଉପଲବ୍ଧି କାରଣରୁ ଏକଦା ସତ୍ତା ହରାଇବାକୁ ବସିଥିବା ଏହି ଉପନ୍ୟାସକୁ ଜନସ୍ୱୀକୃତି ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଏହି ସିରିଜ୍‌ର ପୁସ୍ତିକାକୁ ନେଇ ଓଟିଟି ପ୍ଲାଟଫର୍ମକୁ ସିରିଜ୍ ଆକାରରେ ଆସୁଛି ‘ଦସ୍ୟୁ ରଞ୍ଜନ’ । ଆଓ ନେକ୍ସଟ୍ ଓଟିଟି ଆପରେ ଏହା ଆତ୍ମପ୍ରକାଶ କରିବାକୁ ଯାଉଛି । ଆସନ୍ତା ୧୫ ତାରିଖରୁ ଏହା ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ ।

ଏହି ଉପଲକ୍ଷେ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଆଓ ନେକ୍ସଟ୍‌ର କର୍ମକର୍ତ୍ତା ରଞ୍ଜିତ୍ ମହାନ୍ତି ଯୋଗ ଦେଇ କହିଥିଲେ ଯେ, ପୁଣିଥରେ ଏହି ରହସ୍ୟମୟ ଲେଖା ଜୀବନ୍ୟାସ ପାଇବ । ଅର୍ଥାତ୍ ବହି ଭିତରେ ସୀମିତ ନ ରହି ଏହା ସିରିଜ୍‌ର ରୂପ ନେବ । ଆମ ପୂରା ୟୁନିଟ୍ ଚେଷ୍ଟା କରିଛୁ ସିରିଜ୍‌ଟିକୁ ଅଧିକ ଲୋକପ୍ରିୟ କରିବା ପାଇଁ । ପ୍ରଥମ ପର୍ଯ୍ୟାୟରେ ୬ଟି ଏପିସୋଡ଼ ଲୋକଙ୍କୁ ଫ୍ରିରେ ଦେଖିବାକୁ ମିଳିବ । ତାଙ୍କ ଲେଖାକୁ ନେଇ ଏଭଳି ଉଦ୍ୟମ କରାଯାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ଲେଖକ ପ୍ରମୋଦ କୁମାର ପଣ୍ଡା ।

ଏହି ଅବସରରେ ଲେଖକ ପ୍ରମୋଦ କିଶୋର ପଣ୍ଡା, ଜାତୀୟ ପୁରସ୍କୃତ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ, ଗୀତିକାର ଶଙ୍କର ପରିଡା, ସାଧନା ଫାଉଣ୍ଡେସନ ର ସମ୍ପାଦିକା ସୁଜାତା ମହାପାତ୍ର, ଆର୍ଟିଷ୍ଟ ସଞ୍ଜୟ ଭଟ୍ଟ, କ୍ଷମାକର ମାଝୀ, ସତ୍ୟ ସୁନ୍ଦର ମହାପାତ୍ର, ଦୀପ୍ତି ପଣ୍ଡା, ପ୍ରୀତି ପଣ୍ଡା ଏବଂ ସନ୍ଦୀପ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Comments are closed.