Latest Odisha News

ଓଡ଼ିଆ ଡାକ୍ତରଙ୍କ ମାଟି ପାଇଁ ମମତା

ବଲାଙ୍ଗିର : ଦୂରରେ ଥାଇ ବି ଭୁଲି ନାହାନ୍ତି ନିଜ ଭିଟାମାଟି ମୋହ । ଜନ୍ମିତ ମାଟି ମାଆକୁ ପାସୋରି ନାହାନ୍ତି ଯୁବ ଡାକ୍ତର ଚିତ୍ତରଞ୍ଜନ ଯୋଷୀ। କରୋନା ଭଳି ମହାମାରୀ ସମୟରେ ବଲାଙ୍ଗିର ଜିଲ୍ଲାର କୋଭିଡ ସ୍ଥିତି ସୁଧାରିବାକୁ ଆଗେଇ ଆସିଛନ୍ତି ଡାକ୍ତର ଚିତ୍ତରଞ୍ଜନ। ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ଯୁବ ଡାକ୍ତର ଚିତ୍ତରଞ୍ଜନ ଯୋଷୀ।

ସେ ଏବଂ ତାଙ୍କ ଟିମ ପକ୍ଷରୁ ଜିଲ୍ଲା ମେଡିକାଲକୁ ଏହି ସହାୟତା ପ୍ରଦାନ କରିଛନ୍ତି। ଅଷ୍ଟ୍ରେଲିଆରେ ଡାକ୍ତରୀ ସେବା କରୁଥିବା ଚିତ୍ତରଞ୍ଜନ ଯୋଷୀ ହେଉଛନ୍ତି ବଲାଙ୍ଗିର ସହରର ମୂଳ ବାସିନ୍ଦା। ଦୀର୍ଘ ବର୍ଷ ହେଲା ସେଠାରେ ରହୁଥିଲେ ବି ନିଜ ଜନ୍ମ ମାଟିକୁ ଭୁଲି ନାହାଁନ୍ତି। ଏବଂ ମହାମାରୀ କରୋନା ସମୟରେ ସହାୟତାର ହାତ ବଢାଇଛନ୍ତି ସେ।

ରୋଗୀଙ୍କୁ ଅକ୍ସିଜେନ ସୁବିଧା ଯୋଗାଇବା ପାଇଁ ବଲାଙ୍ଗିର ସିଡିଏମଓଙ୍କୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରିଛନ୍ତି। ଯାହାର ମୂଲ୍ୟ ସାଢେ଼ ୧୦ ଲକ୍ଷ ଟଙ୍କା। ତାଙ୍କର ଏଭଳି ମହତ୍ କାର୍ଯ୍ୟକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସିଡିଏମଓ ଡାକ୍ତର ଭୀମ ସାହୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ଏହାଦ୍ଵାରା ମେଡ଼ିକାଲର ରୋଗୀ ବିଶେଷ ସହାୟକ ପାଇ ପାରିବେ ବୋଲି କହିଛନ୍ତି ସିଡିଏମଓ।

Comments are closed.