Latest Odisha News

BREAKING NEWS

ରଜରେ ଆସିବ ବାବୁସାନଙ୍କ ‘ବିଦ୍ୟା ରାଣ’

ଭୁବନେଶ୍ବର: ଓଲିଉଡର ରୋମାନ୍ସ ଓ ଆକ୍ସନ ହିରୋ ବାବୁସାନ ଆଗାମୀ ରଜରେ ନେଇଆସୁଛନ୍ତି ସିନେମା ‘ବିଦ୍ୟାରାଣ’। ନିର୍ଦେଶକ ଜ୍ୟୋତି ଦାସ ଙ୍କ ସହ ପ୍ରଥମ ଥର ପାଇଁ ଏହି ସିନେମାରେ ଏକାଠି ହୋଇଛନ୍ତି ବାବୁସାନ ।
ମିହିର ଦାସ ଓ ବବି ମିଶ୍ର  ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଛନ୍ତି ଚୁଲବୁଲି ନାୟିକା ଶିବାନୀ । ଏହି ସିନେମାରେ ଗୋଟିଏ ଗୀତ ନିଜେ ବାବୁସାନ ଗାଇଥିବା ବେଳେ ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଓ ସ୍ୱୟମ ପାଢ଼ୀ କଣ୍ଠ ଦାନ କରିଛନ୍ତି ।ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ଓ ତଥ୍ୟ ପ୍ରଡକ୍ସନ ପ୍ରଯୋଜିତ ଏହି ଚଳଚିତ୍ରରେ ସଙ୍ଗୀତ ସଜାଇଛନ୍ତି ବୈଦ୍ୟନାଥ ଦାଶ । ଆସନ୍ତା ରଜ ଅବସରରେ ଏହି ସିନେମା ବଜାରକୁ ଆସିବ ବୋଲି ଜଣାପଡିଛି ।
Leave A Reply

Your email address will not be published.