ଭୁବନେଶ୍ବର: ଆଜି ରିଲିଜ ହୋଇଛି ଓଡିଆ ଫିଲ୍ମ ଚାରିଧାମ । ଭୋର ୫ଟା ୩୦ରେ କଟକ ବୃନ୍ଦାବନ ସିନେମା ହଲରେ ରିଲିଜ ହୋଇଛି । ଏତେ ସକାଳୁ ଫିଲ୍ମ ରିଲିଜ ହେବାର କାରଣ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ମହାରାଜାରେ ସ୍କ୍ରିନିଂ ପରେ ଆଜି କଟକରେ ଭୋର ସମୟରୁ ଚାଲିଥିଲା ପ୍ରୀମିୟର ଶୋ’ ।
ଗ୍ରହ ନକ୍ଷତ୍ରକୁ ଦେଖି କଣ ଫିଲ୍ମ ରିଲିଜ ହୋଇଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଫିଲ୍ମର ନାୟକ ଏହା ଉପରୁ ପରଦା ଉଠାଇଛନ୍ତି । ମାହେନ୍ଦ୍ର ବେଳା ଦେଖି ସକାଳ ୫ଟା ୩୦ରେ ଫିଲ୍ମ ପ୍ରିମିୟର କରିବାକୁ ନିଷ୍ପତ୍ତି ନିଆଯାଇଥିବା ଅନୁଭବ କହିଛନ୍ତି । ଓଡିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଫିଲ୍ମ ହୋଇଛି ।
ଦର୍ଶକ ଏହି ଫିଲ୍ମରେ ଭଗବାନଙ୍କ ବିଚିତ୍ର ଲୀଳା ସମ୍ପର୍କରେ ଜାଣିବାକୁ ପାଇବେ । ଫିଲ୍ମରେ କେବେ ବି କେହି ବୋରିଂ ଅନୁଭନ କରିବେନି ବୋଲି କୁହାଯାଇଛି । ରଥଯାତ୍ରା ସମୟରେ ଓଡିଆ ଫିଲ୍ମ ନବକଳେବର ସାରା ରାଜ୍ୟରେ ଜୋରସୋରରେ ଚାଲିଥିଲା । ଏମିତିକି ବହୁତ ଦର୍ଶକ ଫିଲ୍ମ ହଲରେ ହିଁ କାନ୍ଦି ପକାଇଥିଲେ । ତେବେ ଏହି ଫିଲ୍ମ ତା ଠାରୁ ଅଧିକ ଭଲ ହେବ ବୋଲି ଫିଲ୍ମ ନିର୍ମାତା ଓ କଳାକାରମାନେ ଆଶା ବାନ୍ଧିଛନ୍ତି ।
Comments are closed.