Latest Odisha News

BREAKING NEWS

‘ଦକ୍ଷିଣ ଏସୀୟ କ୍ରୀଡା’ ପାଇଁ ଜାତୀୟ ମହିଳା ଫୁଟବଲ ଦଳରେ ସାମିଲ ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରେ ନେପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ‘ଦକ୍ଷିଣ ଏସୀୟ କ୍ରୀଡା’ ପାଇଁ ୨୦ ଜଣିଆ ଜାତୀୟ ମହିଳା ଦଳରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଜବାମଣି ଟୁଡୁ।

ଜବାମଣି ୨୦୧୫ ମସିହାରେ ୧୬ ବର୍ଷରୁ କମ ଏସିଆନ ଫୁଟବଲ କନଫେଡେସନ (ଏଏଫସି)ରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୨୦୧୬ ମସିହାରେ ସାଉଥ ଏସିଆନ ପୁଟବଲ ଫେଡେରେସନ ମହିଳା ଚମ୍ପିୟାନସିପ ପାଇଁ ଚୟନ ହୋଇଥିଲେ। ୨୦୧୭ ଜାନୁଆରୀ ୨ ରେ ଜବାମଣି ନେପାଳ ବିପକ୍ଷରେ ହେଉଥିବା ସେମି-ଫାଇନାଲରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ଭାରତ ୩-୧ ରେ ଜିତିଥିବା ଏହି ମ୍ୟାଚରେ ଜବାମଣି ଡାଲମିଆ ଛିବେରଙ୍କ ସ୍ଥାନରେ ଖେଳିଥିଲେ ।

ତେବେ ଭାରତୀୟ ମହିଳା ଦଳ ଡିସେମ୍ବର ୩ ତାରିଖରେ ମାଲଦୀପ ବିପକ୍ଷରେ ଖେଳି ନିଜର ଅଭିଯାନ ଆରମ୍ଭ କରିବ । ଏହାପରେ ଡିସେମ୍ବର ୭ ରେ ଶ୍ରୀଲଙ୍କା ଓ ନେପାଳ ସହ ପ୍ରତିଯୋଗିତା ହେବା ନେଇ ସୂଚନା ରହିଛି ।

ଏହାର ଫାଇନାଲ ମ୍ୟାଚ ଡିସେମ୍ବର ୧୦ ତାରିଖରେ ଖେଳାଯିବ ।

Comments are closed.