Latest Odisha News

BREAKING NEWS

ସୁପର ସ୍ପେଶାଲିଟି ହସ୍ପିଟାଲ୍ ଦାବିକରି ପାରାଦୀପରେ ମାନବ ଶୃଙ୍ଖଳ

ପାରାଦୀପ: ପାରାଦୀପସ୍ଥ ଭୂତମୁଣ୍ଡାଇ ନିକଟରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ନିର୍ମାଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଞ୍ଚଳିକ ସୁରକ୍ଷା ସମିତି।

ପ୍ରାପ୍ତ ସୂଚନାନୁଯାୟୀ, ସମିତି ପକ୍ଷରୁ ପାଖାପାଖି ୧୮ କିଲୋମିଟର ତଥା ଭୂତମୁଣ୍ଡାଇ ଠାରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ମାନବ ଶୃଙ୍ଖଳ କରିବା ସହ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଦୀର୍ଘ ଦିନଧରି ଏକ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ନିର୍ମାଣ ଦାବି କରି ଅନେକ ଥର ଆନ୍ଦୋଳନକୁ ଓହ୍ଲାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ ଆଜି ଏକ ଭିନ୍ନ ଢ଼ଙ୍ଗରେ ଆନ୍ଦୋଳନକୁ  ବୋଲି କହିଛନ୍ତି ସମିତିର ଜଣେ କର୍ମୀ।

କୁଜଙ୍ଗ ବ୍ଲକର ପ୍ରାୟ ୧୯ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ହାତକୁ ହାତ ଧରି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ପାରାଦୀପ ବନ୍ଦରକୁ ଭିତ୍ତିକରି ବିଭିନ୍ନ ଶିଳ୍ପାନୁଷ୍ଠାନ ଗଢି ଉଠିଥିବା ବେଳେ ଶିଳ୍ପ କାରଖାନାରୁ ନିର୍ଗତ ଧୂଆଁ ଧୂଳିରେ ସାରା ସହର ପ୍ରଦ୍ୟୁଷିତ ହେବା ସହ ପରିବହନକୁ ନେଇ ଯାନବାହନ ମଧ୍ୟ ବଢି ଚାଲିଛି। ଏହାକୁ ଅନେକ ସଙ୍ଗଠନ ମଧ୍ୟ ସମର୍ଥନ କରିଛନ୍ତି।

ଫଳରେ ପାରାଦୀପ ତଥା ଆଖପାଖ ଅଞ୍ଚଳରେ ପ୍ରଦୁଷଣ ଯୋଗୁଁ ବିଭିନ୍ନ ମାରାତ୍ମକ ରୋଗରେ ଲୋକ ଆକ୍ରାନ୍ତ ହେଉଛନ୍ତି, ତାହା ସହିତ ଟ୍ରାଫିକ ସମସ୍ୟା ଯୋଗୁଁଁ ବିଭିନ୍ନ ସମୟରେ ଦୁର୍ଘଟଣାରେ ଲୋକେ ଅକାରଣେ ମୃତ୍ୟୁ ବରଣ କରୁଛନ୍ତି।

ତେବେ ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଠାରେ ସୁପର ସ୍ପେସିଆଲଟି ହସପିଟାଲ ପାଇଁ ଦୀର୍ଘଦିନ ହେବ ଦାବି କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏକ ଭଲ ହସପିଟାଲ କିମ୍ବା ମେଡିକାଲ କଲେଜ ହୋଇପାରିନି ବୋଲି ସମିତି ପକ୍ଷରୁ ସୂଚନା ମିଳିଛି।

Comments are closed.