ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ ।ର୍କାକାରକରେ ପ୍ରଥମା, କର୍ମକାରକରେ ଦ୍ୱିତୀୟା, କରଣକାରକରେ ତୃତୀୟା, ସଂପ୍ରଦାନ କାରକରେ ଚତୁର୍ଥୀ, ଅପାଦାନ କାରକରେ ପମୀ, ସମ୍ବନ୍ଧ ପଦରେ ଷଷ୍ଠୀ ଓ ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୋଇଥାଏ ।
ଉଦାହରଣ-
ପ୍ରଥମା ବିଭକ୍ତି-
କବି କବିତା ଲେଖନ୍ତି ।
ହେ ପ୍ରଭୁ! କ୍ଷମାକର ।
ଦ୍ୱିତୀୟା ବିଭକ୍ତି-
ଲାଜା ଗୀତ ଗାଉଛି ।
ଡେଜି ମନ୍ଦିରକୁ ଯାଉଛି ।
ତୃତୀୟା ବିଭକ୍ତି-
ମୁଖ୍ୟମବୀ ବିମାନରେ ମାଲକାନଗିରି ଗଲେ ।
ସମସ୍ତେ ଖୁସିରେ ରହନ୍ତୁ ।
ଚତୁର୍ଥୀ ବିଭକ୍ତି-
ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଅ ।
ଗୁରୁଜନଙ୍କୁ ଭକ୍ତି କର ।
ପମୀ ବିଭକ୍ତି-
ଦେଶ ବିଦେଶରୁ ଅତିଥି ଆସିଲେ ।
ଆକାଂକ୍ଷାଠାରୁ ପ୍ରତୀକ୍ଷା ଦୁର୍ବଳ ।
ଷଷ୍ଠୀ ବିଭକ୍ତି-
ବସନ୍ତ ଋତୁମାନଙ୍କର ରାଜା ।
ଇନ୍ଦ୍ରଧନୁର ରଙ୍ଗ ମନଲୋଭା ।
ସପ୍ତମୀ ବିଭକ୍ତି-
ଆଶ୍ୱିନ ମାସରେ ଦୁର୍ଗାପୂଜା ହୁଏ । ପଶ୍ଚିମ ଓଡ଼ିଶାରେ ନୂଆଖାଇ ଗୋଟିଏ ଗଣପର୍ବ । ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ । ର୍କାକାରକରେ ପ୍ରଥମା, କର୍ମକାରକରେ ଦ୍ୱିତୀୟା, କରଣକାରକରେ ତୃତୀୟା, ସଂପ୍ରଦାନ କାରକରେ ଚତୁର୍ଥୀ, ଅପାଦାନ କାରକରେ ପମୀ ସମ୍ବନ୍ଧ ପଦରେ ଷଷ୍ଠୀ ଓ ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୋଇଥାଏ ।
Comments are closed.