Latest Odisha News

BREAKING NEWS

ସ୍ୱାସ୍ଥ୍ୟାବସ୍ଥାର କରୁଣ ଚିତ୍ର; ବେଡ ଅଭାବରୁ ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ଚଟାଣରେ ଶୋଇଲେ ମହିଳା

କେନ୍ଦ୍ରାପଡା: ମେଡିକାଲରେ ବେଡ ଅଭାବରୁ ଚଟାଣରେ ଶୋଇବାକୁ ବାଧ୍ୟ ହେଲେ ମହିଳା ମାନେ । ଫ୍ୟାମିଲି ପ୍ଲାନିଂ ଅପରେସନ୍ ପରେ ମହିଳା ମାନେ ବେଡ ନପାଇ ଶେଷରେ ମେଡିକାଲ ଚଟାଣରେ ଶୋଇରହିଲେ । ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ରେ ।

ଖବର ମୁତାବକ, ମଙ୍ଗଳବାର ଫ୍ୟାମିଲି ପ୍ଲାନିଂ ଅପରେସନ୍ ପାଇଁ ଅତି କମରେ ୨୯ ଜଣ ମହିଳା ଆଶା କର୍ମୀ ଙ୍କ ଦ୍ୱାରା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ଅପରେସନ୍ ପରେ ମହିଳାମାନଙ୍କୁ ଡାକ୍ତରଖାନାର ଚଟାଣରେ ଶୋଇବା ପାଇଁ ପ୍ଲାଷ୍ଟିକ୍ ଦରି ଦିଆଯାଇଥିଲା ।

ଏହି ଘଟଣା ରେ ମହିଳାଙ୍କ ସମ୍ପର୍କୀୟ ଓ ଆଶାକର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଘଟଣା ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଦାୟିତ୍ୱରେ ଥିବା ବାଦଲ କୁମାର ମହାନ୍ତି କହିଛନ୍ତି ଯେ, ଡାକ୍ତରଖାନାରେ ଏକ ନିର୍ମାଣ କାର୍ଯ୍ୟ ଚାଲିଛି । ତେଣୁ, ବେଡ୍ ର ଅଭାବ ଯୋଗୁଁ ଫ୍ୟାମିଲି ପ୍ଲାନିଂ କରୁଥିବା ମହିଳା ଚଟାଣରେ ଶୋଇବାକୁ ବାଧ୍ୟ ହେଲେ । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ରୋଗୀମାନଙ୍କୁ ଡାକ୍ତରଖାନାରେ ବେଡ୍ ପାଇବାରେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.