Latest Odisha News

BREAKING NEWS

ଓଡ଼ିଆ ଆଇଏଏସ୍ ତଥା DPIIT ସଚିବ ଗୁରୁ ପ୍ରସାଦ ମହାପାତ୍ରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ । ପୀୟୁଷ ଗୋଏଲ କହିଛନ୍ତି, ଗୁରୁପ୍ରସାଦ ମହାପାତ୍ରଙ୍କ ଦେହାନ୍ତ ଖବର ତାଙ୍କୁ ଦୁଃଖିତ କରିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଜଣେ ଦକ୍ଷ ପ୍ରଶାସକଙ୍କୁ ହରାଇଛି ଭାରତ । ଓଡ଼ିଶାରେ ବି ଶୋକର ଛାୟା ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର । ସେ ଲୋକପ୍ରିୟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । DPIIT ସଚିବ ପୂର୍ବରୁ ସେ କେନ୍ଦ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିଛନ୍ତି । ବାଣିଜ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଥିଲେ ଗୁରୁପ୍ରସାଦ ମହାପାତ୍ର । ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ପ୍ରମୋସନ ପାଇଁ ବହୁ କାମ କରିଛନ୍ତି ।

ସେହିପରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ଥିଲେ ଗୁରୁପ୍ରସାଦ ମହାପାତ୍ର । ତାଙ୍କ କାର୍ଯ୍ୟକାଳରେ ଏୟାରପୋର୍ଟ ଅଥରିଟିକୁ ନୂଆ ଦିଶା ଦେଇଥିଲେ । ୨୦୧୯ ଅଗଷ୍ଟ ୧ ତାରିଖରେ ତାଙ୍କୁ DPIIT ସଚିବ ଭାବରେ ଅବସ୍ଥାପିତ କରାଯାଇଥିଲା ।

କେନ୍ଦ୍ରକୁ ଆସିବା ପୂର୍ବରୁ ଗୁଜରାଟରେ ସୁରତ ଓ ଅହମ୍ମଦାବାଦ ମହାନଗର ନିଗମ କମିଶନର ଥିଲେ ଗୁରୁପ୍ରସାଦ ମିଶ୍ର । ଏହି ସମୟରେ ଗୁଜରାଟରେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଅନେକ କାମ ହାତକୁ ନେଇଥିଲେ ।

Leave A Reply

Your email address will not be published.