Latest Odisha News

BREAKING NEWS

ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି କରୋନା ସୁସ୍ଥତା ସଂଖ୍ୟା

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୦ ହଜାର ୭୫୩ ନୂଆ ଆକ୍ରାନ୍ତ। ୭୪ ଦିନ ପରେ ଦେଶରେ ଆକ୍ଟିଭ୍ କେସ୍ ହ୍ରାସ ପାଇଛି ।

ଦିନକରେ ୧ ହଜାର ୬୪୭ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୫ ହଜାର ୧୩୭ କୁ ବୃଦ୍ଧି ପାଇଛି ।

ସେହିପରି ୨୪ ଘଣ୍ଟାରେ ୯୭ ହଜାର ୭୪୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ମୋଟ୍ ୨ କୋଟି ୮୬ ଲକ୍ଷ ୭୮ ହଜାର ୩୯୦ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୯୬.୧୬% ।

ତେବେ ଦେଶରେ ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ରହିଛି ୨କୋଟି ୮୯ଲକ୍ଷ ୨୩ ହଜାର ୫୪୬। ଏଥିସହ ୭ ଲକ୍ଷ ୬୦ ହଜାର ୦୧୯କୁ ଖସିଛି କରୋନା ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.