Latest Odisha News

BREAKING NEWS

ଓଡ଼ିଆ ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୂର୍ମୁ ହେଲେ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର

ଭୁବନେଶ୍ୱର: ଗୁଜୁରାଟ କ୍ୟାଡର ଓଡ଼ିଆ ଆଇଏସ ଅଫିସର ଗିରିଶ ଚନ୍ଦ୍ର ମୂର୍ମୁ ଜମ୍ମୁ-କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେହିପରି ଶ୍ରୀ ପି.ଏସ. ଶ୍ରୀଧରଣ ପିଲାଇଙ୍କୁ ମିଜୋରାମର ଗଭର୍ଣ୍ଣର ଓ ରାଧା କ୍ରିଷ୍ଣ ମାଥୁରଙ୍କୁ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣରର ଭାବେ ରାଷ୍ଟ୍ରପତି ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ସତ୍ୟ ପାଲ ମଲ୍ଲିକଙ୍କୁ ଗୋଆକୁ ବଦଳି କରାଯାଇଛି । ଏବେ ସେ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ ।

ସୂଚନା ମୁତାବକ, ଜମ୍ମୁ-କଶ୍ମୀର ପୂର୍ବରୁ ସତ୍ୟପାଲ ମଲ୍ଲିକ୍‌ ବିହାର ଓ ୨୦୧୮ରେ କିଛି ମାସ ପାଇଁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.