Latest Odisha News

BREAKING NEWS

ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିବି ନିର୍ଦ୍ଦେଶକ ଦାୟିତ୍ବ

ନୂଆଦିଲ୍ଲୀ : ଓଡିଆ ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ନୂଆ ଦାୟିତ୍ବ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ନୂଆ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ସେ ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏବେ ଏନଡିଆରଏଫ ଡିଜି ପଦରେ ଅଛନ୍ତି ।

ଏନଡିଆରଏଫ ମହାନିର୍ଦ୍ଦେଶକ ଭାବେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ତାଙ୍କର ଦକ୍ଷତା ପାଇଁ ସେ ସାରା ଦେଶରେ ପ୍ରଂଶସିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ନିଶା ନିୟନ୍ତ୍ରଣ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ସୁରକ୍ଷତ ଭାବେ ଲୋକଙ୍କୁ ସ୍ଥାନାନ୍ତର କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସେ ବେଶ ଗୁରୁଦାୟିତ୍ବ ତୁଲାଇଛନ୍ତି । ଏନସିବି ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବା ପରେ ନିଶା କାରବାରକୁ ରୋକିବା ଉପରେ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.