Latest Odisha News

BREAKING NEWS

ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ପରେ ଭୂସ୍ଖଳନ

ଭୁବନେଶ୍ୱର : ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା । ପ୍ରବଳ ବର୍ଷା ଯୋଗୁ ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ଆସିଛି । ପରିସ୍ଥିତି ଏପରି ଭୟଙ୍କର ହୋଇଛି ଯେ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜତ କରାଯାଇଛି । ବନ୍ୟା ବିଭୀଷିକାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେହି ନିଜର ମୋବାଇଲ୍‌ ରେ ବନ୍ୟାର ଉକ୍ତ ବିଭୀଷିକାମୟ ଦୃଶ୍ୟକୁ ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହି ଭୀଷଣ ବର୍ଷା ସମୟରେ ଅମରନାଥ ଗୁମ୍ଫାରେ କେହି ନଥିବା କୁହାଯାଇଛି । ବାଦଲ ଫଟା ବର୍ଷାରେ କେତେଗୁଡିଏ କ୍ୟାମ୍ପ ଭାସିଯାଉଥିବା ଦେଖାଯାଇଥିଲା  ଉଦ୍ଧାର କାର୍ଯ୍ୟରେ ସେନାଙ୍କ ସହ ବିଏସ୍‌ଏଫ୍‌, ସିଆରପିଏଫ୍‌ ଏବଂ ଜମ୍ମୁ ପୋଲିସ ମଧ୍ୟ ନିଯୋଜିତ ଥିବା ଦେଖାଯାଇଥିଲା ।

ବାଦଲଫଟା ବର୍ଷା ପରେ ବନ୍ୟା । ଆଉ ତାସହ ଭୂସ୍ଖଳନ । ସୋଲାନ୍‌ର ଚମ୍ବାଘାଟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି । ସେହିପରି ଲାହୋଲ ସ୍ପିତି ଅଂଚଳରେ ସ୍ଥିତି ସଂଗୀନ । ବନ୍ୟାଜଳ ମାଡିଯିବାରୁ ସାନସା ନାଲା ଜିଲ୍ଲାରେ ଶହ ଶହ ଲୋକ ଫସିଛନ୍ତି । କୁଲୁ ଅଂଚଳରେ ବି ବାଦଲ ଫଟା ବର୍ଷା ପରେ ପ୍ରବଳ ପାଣିର ସୁଅ ଛୁଟୁଛି ।

ଉତ୍ତରାଖଣ୍ଡରେ ବି ସ୍ଥିତି ସମାନ । ରାଜ୍ୟର ତେହରି ଅଂଚଳରେ ଲଗାତର ଭୂସ୍ଖଳନ ହେଉଛି । ଫଳରେ ଋିଷିକେଶ-ଚମ୍ବା ଜାତୀୟ ରାଜପଥ -୯୪ ଅବରୋଧ ହୋଇଯାଇଛି । ବଡ ବଡ ପଥର ସହ ମାଟି ଅତଡା ରାସ୍ତା ଉପରେ ପଡିରହିଛି । ଫଳରେ ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି । ଭୂସ୍କଳନ ଯୋଗୁଁ ଚମ୍ବା-ପଠାନକୋଟ୍ ଜାତୀୟ ରାଜପଥ ବି ବନ୍ଦ ରହିଛି ।

Leave A Reply

Your email address will not be published.