ଯାଜପୁର: ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ଯାଜପୁରର ବୀର ପୁଅ ଶଶାଙ୍କ ଶେଖର । ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି । ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ଯ୍ୟରତ ଥିଲେ ଶଶାଙ୍କ ।
ଶଶାଙ୍କ ଦେଶ ପାଇଁ ସହିଦ ହୋଇଥିବା ସେନା ପକ୍ଷରୁ ଫୋନ୍ ଯୋଗେ ଖବର ପାଇଥିଲେ ଘର ଲୋକ । ଦୀର୍ଘ ୧୨ ବର୍ଷ ହେଲା ଶଶାଙ୍କ ସେନାରେ କାର୍ଯ୍ୟରତ ଥିବା ଶଶାଙ୍କ ଙ୍କ ସହିଦ ଖବର ପାଇ ସ୍ତବ୍ଧ ହୋଇ ଯାଇଛି ପୁରା ଗାଁ। ସାରା ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ସଂଯୋଗର କଥା ଏହାକୁ ଶଶାଙ୍କ ବାପା ସ୍ୱର୍ଗତଃ ଯଦୁନାଥ ନାୟକ ମଧ୍ୟ ସେନାରେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିଲେ ।
ମାଟି ମାତୃକା ପାଇଁ ସହିଦ ହୋଇଥିବା ୨୮ ବର୍ଷୀୟ ଏହି ବୀର ଯବାନଙ୍କ ପାର୍ଥିବଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବ ବୋଲି ଜଣାପଡ଼ିଛି ।
ବୀର ପୁଅର ଶେଷ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛି ଜନ୍ମମାଟି। ଆଖିରେ ଲୁହ, ମନରେ କୋହ । ସାରା ଗାଁରେ ଶୋକର ଛାୟା । ଶଶାଙ୍କୁ ହରାଇ ଶୋକରେ ମୂକ ପାଲଟି ଯାଇଛି ଯାଜପୁର ଧର୍ମଶାଳାର କ୍ଷେତ୍ରପାଳ ଗାଁ।
Comments are closed.