Latest Odisha News

ଝାଡଖଣ୍ଡରୁ ଓଡ଼ିଆକୁ ଦ୍ୱିତୀୟ ଭାଷାର ମାନ୍ୟତାରୁ ବାଦ୍ ଦେବା ପ୍ରସଙ୍ଗ: ଶିକ୍ଷାମନ୍ତ୍ରୀ କହିଲେ ଝାଡଖଣ୍ଡ ସରକାରଙ୍କ ସହ କଥା ହେବେ

ଭୁବନେଶ୍ୱର : ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷା ମାନ୍ୟତା ତାଲିକାରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରିଛନ୍ତି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ଭାଷାବାସୀ ଲୋକ । ସ୍କୁଲ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ଉପରେ ନିଜର ମତ ରଖିଛନ୍ତି ,ଯେ ଝାଡଖଣ୍ଡରେ ପ୍ରତିପକ୍ଷଙ୍କ ସହ ଓଡିଆଙ୍କ ସ୍ୱାର୍ଥ ରକ୍ଷା କରିବେ।

ଝାଡ଼ଖଣ୍ଡ ସହ ଆମର ଭଲ ସମ୍ପର୍କ ଅଛି । ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ । ଝାଡ଼ଖଣ୍ଡରେ ୧୫୦ଟି ଓଡ଼ିଶା ସ୍କୁଲ ଅଛି । ଯେଉଁଠାରେ ଛାତ୍ରଛାତ୍ରୀମାନେ ବଙ୍ଗାଳୀ, ସନ୍ଥାଲି ଏବଂ ଓଡିଆ ସମେତ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରୁଛନ୍ତି। ଝାଡ଼ଖଣ୍ଡରେ ଓଡିଆ ଛାତ୍ରମାନଙ୍କୁ ଆମ ମାତୃଭାଷାରେ ଶିକ୍ଷା ଦିଆଯାଉଛି । ସେହି ରାଜ୍ୟରେ ସରକାରଙ୍କ ସହ ଆମର ସମନ୍ୱୟ ସମ୍ପର୍କ ରହିଛି । ଏବଂ ଆମେ ଆଲୋଚନା କରିବୁ ଏବଂ ନିଶ୍ଚିତ କରିବୁ ଯେ ସେଠାରେ କିଭଳି ଓଡ଼ିଆ ଭାଷାରେ ପାଠ ପଢା ହେବ । ଆବଶ୍ୟକ ସ୍ଥଳେ ଆମ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଛନ୍ତି ମନ୍ତ୍ରୀ ।

ଝାଡ଼ଖଣ୍ଡ ରେ ଅତି କମରେ ୧୦ ଟି ଜିଲ୍ଲା ଅଛି ଯେପରିକି ମିଡନାପୁର, ସିମଡେଗା, ପୂର୍ବ ଏବଂ ପଶ୍ଚିମ ସିଂହବମ୍, ସାରାଇକାଲା ଏବଂ ଖାରସୁଆନ୍ ଯେଉଁଠାରେ ଓଡିଆ ଭାଷାବାସୀ ଲୋକ ବାସ କରନ୍ତି ।୨୦୧୧ ମସିହାରୁ ବିଦ୍ୟାଳୟ ପାଠ୍ୟକ୍ରମରେ ଦ୍ୱିତୀୟ ଭାଷା ଭାବରେ ଓଡିଆ ବିଦ୍ୟମାନ ଥିଲା ଏବଂ ଏହି ଭାଷା ପ୍ରତ୍ୟାହାର ନିଷ୍ପତ୍ତି ପଡୋଶୀ ରାଜ୍ୟରେ ରହୁଥିବା ଅନେକ ଓଡିଆଙ୍କୁ ପ୍ରଭାବିତ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଏହା ଉପରେ ମତ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ । ସେ ଟ୍ୱିଟ କରି କହିଛନ୍ତି, ଓଡିଆଙ୍କୁ ସେମାନଙ୍କୁ ମୂଳ ସଂସ୍କୃତିରୁ ବିଚ୍ଛିନ୍ନ କରିବା ଏହା ଝାଡଖଣ୍ଡ ସରକାରଙ୍କ ଏକ କୁ ଯୋଜନା । ଏହି ନିଷ୍ପତ୍ତି  ଅସାମ୍ବିଧାନିକ । ୧୦ ବର୍ଷ ପରେ କାହିଁକି ଝାଡଖଣ୍ଡ ସରକାର କାହିଁକି ସେହି ନିଷ୍ପତ୍ତି ପ୍ରତ୍ୟାହାର କଲେ ଏହାର ପ୍ରତିବାଦ ଓଡିଶା ସରକାର କରିବା ଉଚିତ ।

ଷଢେଇଖଳା, ଖରସୁଆଁ, ସିଂହଭୂମ ଆଦି ଅଂଚଳରେ ଶତାଧିକ ଲୋକ ଝାଡଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଷଢେଇଖଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Comments are closed.