Latest Odisha News

BREAKING NEWS

କରୋନାରେ ଚାଲିଗଲେ ଛାତ୍ରଛାତ୍ରୀଙ୍କର ପ୍ରିୟ ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ଥିଲେ ଜୟସେନ ।  ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ବିଡିପୁରଠାରେ ଏକ କୋଚିଂ ସେଣ୍ଟର ଖୋଲି ଶିକ୍ଷାଦାନ କରୁଥିଲେ ଅଧ୍ୟାପକ ଜୟସେନ । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ କୋଚିଂ ସେଣ୍ଟର ବନ୍ଦ କରିବା ସହ ପିଲାଙ୍କୁ ୬ଦିନ ପରେ ଆସିବି ବୋଲି କହିଥିଲେ । କିନ୍ତୁ ଆଉ ଫେରିନଥିଲେ ଜୟସେନ । ନିଜର ଅତି ପ୍ରିୟ ଅଧ୍ୟାପକଙ୍କୁ ହରାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
Leave A Reply

Your email address will not be published.