Latest Odisha News

BREAKING NEWS

କ୍ୟୁବାରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ; ଜନ୍ମମାଟିରେ ଶେଷକୃତ୍ୟ

କ୍ୟୁବାରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ; ଜନ୍ମମାଟିରେ ଶେଷକୃତ୍ୟ

ଭୁବନେଶ୍ୱର: କ୍ୟୁବାର ସାଣ୍ଟାମେରିଆଠାରେ ଏକ କନଷ୍ଟ୍ରକସନ୍ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟରତ ଜଣେ ଓଡିଆ ଶ୍ରମିକଙ୍କର ଗତ ୩୦ ତାରିଖରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତଦେହକୁ ଜନ୍ମମାଟିକୁ ଅଣାଯାଇଛି ।

ସମ୍ପୃକ୍ତ ଯୁବକ ଜଣକ ଗଞ୍ଜାମ ଜିଲ୍ଲାର ଖଲିକୋଟସ୍ଥିତ କହ୍ନେଇପୁର ଗ୍ରାମର ରମେଶ ଚନ୍ଦ୍ର ମହାରଣା ।

ପ୍ରାପ୍ତ ସୂଚନାନୁଯାୟୀ ପରିବାର ଲୋକେ ନିଜ ଆତ୍ମୀୟଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରମେଶଙ୍କ ମୃତଦେହକୁ ଘରକୁ ଅଣାଯାଇଥିଲା ।

‘ଓଡ଼ିଶା-ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ରମେଶଙ୍କ ମରଶରୀରକୁ ବିମାନଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମୃତକଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ ।

ରମେଶର ପରିବାରରେ ତାଙ୍କ ବାପା, ମାଆ, ସ୍ତ୍ରୀ ଓ ଦୁଇ ଜଣ ସନ୍ତାନ ରହିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ରମେଶ ତାଙ୍କର ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । “ମା’ର ଆଖି ଆଗରେ ପୁଅର ମୃତ୍ୟୁ ଘଟିଥିବା ବେଳେ ଶେଷଥର ପାଇଁ ପୁଅକୁ ଦେଖିବା ଲାଗି ସେ ସରକାର ନିକଟରେ ଗୁହାରୀ କରିଥିଲେ ଶୋକସନ୍ତପ୍ତ ମା’ ସୁଭଦ୍ରା ମହାରଣା ।

ଏହାବ୍ୟତିତ ରମେଶଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ତାଙ୍କ ପତ୍ନୀ ଓ ବାପା ମଧ୍ୟ ସରକାରଙ୍କ ନିକଟରେ ଗୁହାରୀ କରିଥିଲେ ।

Leave A Reply

Your email address will not be published.