Latest Odisha News

ଗାଡି ଚୋର ସନ୍ଦେହରେ ଯୁବକଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ହାଇଟେକ ପ୍ଲାଜାରେ ଜଣେ ଯୁବକକୁ ଚୋରି ସନ୍ଦେହରେ ସ୍ଥାନୀୟ ଲୋକେ ଘେରିଛନ୍ତି । ଉକ୍ତ ଯୁବକକୁ ଲୋକମାନେ ପୋଲିସ ଜିମା ଦେଇଛନ୍ତି । ତେବେ ଯୁବକ ଜଣକ ଗାଡି ଚୋରି କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ।

 

ସୂଚନାଯୋଗ୍ୟ, ସୁନ୍ଦରପଦା ହାଇଟେକ୍ ପ୍ଲାଜା ଅଂଚଳରୁ ଦୀର୍ଘ ଦିନରୁ ଚୋରି ହୋଇ ଆସୁଥିଲା । ଯୁବକ ଜଣକ ପ୍ରତିଦିନ ନୂଆ ନୂଆ ଗାଡି ଧରି ବୁଲୁଥିଲେ । ସେଥିପାଇଁ ସ୍ଥାନୀୟ ଲୋକେ ତାଙ୍କୁ ସନେ୍ଦହ କରିଥିଲେ । ସୁନ୍ଦରପଦା ହାଇଟେକ ପ୍ଲାଜାରେ ଲୋକମାନେ ଯୁବକଙ୍କୁ ଘେରି ପଚରାଉଚୁରା କରିଛନ୍ତି ଓ ପୁଲିସ ଜିମା ଦେଇଛନ୍ତି ।

ସ୍ଥାନୀୟ ଲୋକେ ଏହି ଚୋରିରେ ସଂଶ୍ଲିଷ୍ଟ ଅନ୍ୟ ଯୁବକଙ୍କୁ ଗିରଫ କରିବାକୁ ଏବଂ ଚୋରି ହୋଇଥିବା ଗାଡି ଫେରାଇ ଆଣିବାକୁ ମଧ୍ୟ ଦାବି କରିଛନ୍ତି ।

Leave A Reply

Your email address will not be published.