Latest Odisha News

BREAKING NEWS

ଦାଦନର ଦୁଃଖ:ପରିବାର ଲୋକଙ୍କୁ ଭିଡିଓ କଲକରି ନିର୍ଘାତ ପିଟିଲେ, ହତ୍ୟା ପରେ ମୃତ ଶରୀରର ଫଟୋ ଛାଡ଼ିଲେ

ପାରଳାଖେମୁଣ୍ଡି:ପେଟ ପୋଷିବା ପାଇଁ ଭିଟାମାଟି ଛାଡି ଯାଉଛନ୍ତି । ହେଲେ ସେଠାରେ ସେମାନେ କିଭଳି ନର୍ଯାତନାର ଶିକାର ହେଉଛନ୍ତି ତାହାର ପ୍ରମାଣ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ । ସ୍ଥାନୀୟ ଅଡବା ଥାନା ଅନ୍ତର୍ଗତ ବାରିଆ ଗାଁର ଦାଦନ ଶ୍ରମିକ ପରିଚ୍ଛା କାମ ପାଇଁ ତାମିଲନାଡୁ ଯଇଥିବାବେଳେ ତାଙ୍କୁ ସେଠାରେ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଖାଲି ହତ୍ୟା କରାଯାଇନି, ତାଙ୍କୁ ସେଠାରେ ଅକଥନୀୟ ନିର୍ଯାତନା ଦେଇ ହତ୍ୟା କରିଛନ୍ତି । ସବୁଠାରୁ ପରିତାପର ବିଷୟ ଏହି ନିର୍ଯାତନା ପରିବାର ସଦସ୍ୟଙ୍କ ଆଖି ଆଗରେ କରୁଛନ୍ତି । ଅର୍ଥାତ ଭିଡିଓ କଲିଂ କରି ନିର୍ଯାତନା ଦେଉଛନ୍ତି । ପରିବାର ଲୋକେ ଦେଖିଲେ ବି କିଛି କରି ପାରୁନାହାନ୍ତି । ଶେଷରେ ତାଙ୍କୁ ହତ୍ୟା କରି ମୃତଦେହର ଫଟୋ ଦେଖାଉଛନ୍ତି ।  ପରିବାର ଲୋକଙ୍କୁ ମୃତଦେହର ଫଟୋ ପଠାଇବା ସହ ୧୫ ହଜାର ଟଙ୍କା ଦେଲେ ମୃତଦେହ ଫେରାଇବୁ ବୋଲି ଧମକ ଦେଉଛନ୍ତି।

ଶରତ ତାମିଲନାଡୁରେ କାମ କରୁଥିଲେ । ପ୍ରାୟ ବର୍ଷେ ହେବ ସେ ତାମିଲନାଡୁ ଯାଇଥିଲେ । ରବିବାର ସନ୍ଧ୍ୟାରେ ତାଙ୍କ ଦେଢଶାଶୂଙ୍କ ପାଖକୁ ଏକ ଭିଡିଓ କଲ ଆସିଥିଲା । ଭିଡିଓ କଲ ରିସିଭ କରିବା ପରେ ସେ ଦେଖିବାକୁ ପାଇଥିଲେ ଗୋଟିଏ କୋଠରୀରେୂ ଶରତଙ୍କୁ ରଖି ପ୍ରବଳ ମାଡି ଦିଆଯାଉଛି । ଏହା ପରେ ପରେ ଭିଡିଓ କଲ କଟି ଯାଇଥିଲା । ଘଟଣା କ’ଣ ଜାଣିବା ପାଇଁ ସେ ଉକ୍ତ ନମ୍ବରକୁ ଏକାଧିକ ବାର ଫୋନ କରିଥିଲେ । ହେଲେ କେହି ଫୋନ ରିସିଭ କରିପାରି ନ ଥିଲେ । ଗତକାଲି ଅର୍ଥାତ ସୋମବାର ଦିନ ଶରତଙ୍କ ଦେଢଶାଶୂଙ୍କ ମୋବାଇଲକୁ ଏକ ଫଟୋ ଆସିଥିଲା ଏବଂ ଏହି ଫଟୋ ଥିଲା ଶରତଙ୍କ ମୃତ ଶରୀରର । ଏହା ଦେଖି ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ଅନ୍ୟପକ୍ଷେ ଦୁର୍ବୃତ୍ତ ମୃତଦେହର ଫଟୋ ପଠାଇବା ପରେ ତୁରନ୍ତ ଏହାକୁ ନେଇ ଯିବାକୁ ଧମକ ଦେଇଛନ୍ତି । ଯଦି ତୁରନ୍ତ ମୃତଦେହ ନ ନେବ ତେବେ ଏହାକୁ ପୋତିଦେବୁ ବୋଲି କହିଛନ୍ତି । ଏ ନେଇ ଶରତଙ୍କ ପତ୍ନୀ ମିନତି ଓ ପରିବାର ଲୋକେ ଅଡବା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପରିବାର ଲୋକଙ୍କ ବୟାନ ରେକର୍ଡ କରି ତାଙ୍କଠାରୁ ସବିଶେଷ ତଥ୍ୟସଂଗ୍ରହ କରିଛନ୍ତି । ଏଥି ସହିତ ଦେଢଶାଶୂଙ୍କ ଫୋନକୁ ôଆସିଥିବା ଫଟୋର ମଧ୍ୟ ଯାଞ୍ଚ କରିଛନ୍ତି । ଉକ୍ତ ନମ୍ବରକୁ ପୋଲିସ ଟ୍ରାକ କରୁଛି ।

ଏପଟେ ଶରତଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ୩ ଝିଅ, ଗୋଟିଏ ପୁଅ ଏବଂ ପତ୍ନୀଙ୍କୁ ନେଇ ତାଙ୍କର ପରିବାର । ଶରତ ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତେଣୁ ତାଙ୍କ ମୃତ୍ୟୁରେ ପୂରା ପରିବାର ଅସହାୟ ହୋଇପଡିଛନ୍ତି । ତୁରନ୍ତ ଶବକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.