Latest Odisha News

BREAKING NEWS

ଚା’ ପିଇବା ପରେ ପାଣି ପଉଛନ୍ତି କି ?

ଚା’ ସମସ୍ତଙ୍କ ପସନ୍ଦ । ସକାଳେ କପେ ଚା’ ନପିଇଲେ ଦିନ କଟେନି। ଚା’ ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ପ୍ରତ୍ୟେକ ଋତୁରେ ଚା’ ପାଇଁ କ୍ରେଜ୍ ଦେଖିବାକୁ ମିଳିଥାଏ  । ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା’ ପିଇବା ଭଲ ପାଆନ୍ତି। କିଛି ଲୋକ ଦିନରେ ୮ ରୁ ୧୦ କପ୍ ଚା’ ପିଅନ୍ତି ।କିନ୍ତୁ ଆମେ ଯେମିତି ଭାବେ ଚା’ ପିଉ ତାହା କେତେ ଦୂର ଠିକ୍ ? ତେଣୁ ଏହାକୁ ପିଇବା ସମୟରେ ବିଶେଷ ଯତ୍ନ ନେବା ଆବଶ୍ୟକ। ଯଦି ଆପଣ ଗରମ ଚା’ ସହିତ କିଛି ଥଣ୍ଡା ତରଳ ସେବନ କରୁଛନ୍ତି, ତେବେ ସମସ୍ୟା ଦେଖା ଦେଇପାରେ । ଚା’ ସହିତ ଥଣ୍ଡା ପାଣି ପିଇବା ମଧ୍ୟ ଅତ୍ୟନ୍ତ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଏହା ଦ୍ୱାରା କ’ଣ କ୍ଷତି ହୋଇଥାଏ?

-ଚା’ ପିଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ନାକରୁ ରକ୍ତସ୍ରାବ ହୋଇପାରେ। ଯଦି ଏହିପରି ବାରମ୍ବାର ହୁଏ, ତେବେ ସମସ୍ୟା ଅଧିକ ବଢିପାରେ।

– ଚା’ ପିଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଆପଣଙ୍କୁ ଥଣ୍ଡା ଏବଂ ଫ୍ଲୁ ସମସ୍ୟା ହୋଇପାରେ। ଗଳାରେ ଯନ୍ତ୍ରଣା ହେବା ସହ ଛିଙ୍କ ହୋଇଥାଏ। ଯଦି ଆପଣ ବାରମ୍ବାର ଚା’ ସହିତ ପାଣି ପିଉଛନ୍ତି, ତେବେ ସମସ୍ୟା ଅଧିକ ଗୁରୁତର ହୋଇପାରେ ।

– ଥଣ୍ଡା ଏବଂ ଗରମ ପାଣି ଦାନ୍ତ ଉପରେ ପ୍ରଭାବ ପକାଇପାରେ। ଚା’ ପିଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା ଦାନ୍ତ କ୍ଷୟ, ହଳଦିଆ, ସେନସିଟିଭିଟି ମଧ୍ୟ ଦେଖାଦେଇପାରେ।

-ଯଦି ଆପଣ ଚା’ ପରେ ତୁରନ୍ତ ପାଣି ପିଉଛନ୍ତି, ତେବେ ଏହା ପେଟକୁ ଖରାପ କରିପାରେ। ଗ୍ୟାସ୍ ସୃଷ୍ଟି ହୋଇ ପେଟ ରୋଗ ହୋଇଥାଏ । ସେଥିପାଇଁ ଚା ପିଇବା ପରେ ତୁରନ୍ତ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ।

 

 

Leave A Reply

Your email address will not be published.