Latest Odisha News

BREAKING NEWS

ପ୍ରବାସୀଙ୍କୁ ନେଇ କେନ୍ଦ୍ରାପଡ଼ା ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ଚାଳକ ମୃତ

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ୍ ନିକଟରେ ପ୍ରବାସୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ଏକାଧିକ ପ୍ରବାସୀ ଆହତ ହୋଇଛନ୍ତି । ପ୍ରବାସୀଙ୍କୁ ନେଇ ବସଟି କେରଳର କୁନୁରରୁ କେନ୍ଦ୍ରାପଡ଼ା ଆସୁଥିଲା ।

Odia Migrants Bus Accident At NH 16 Tangi, Truck Driver Dead

ରାସ୍ତା ପ୍ରଶସ୍ତିକରଣ କାମ ଚାଲୁଥିବାରୁ ବସ୍ ଓ ଟ୍ରକ୍ ଗୋଟିଏ ରୁଟରେ ଯାଉଥିଲେ । ଟ୍ରକଟି ବସ୍ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ବସଟି ଡିଭାଇଡର ଡେଇଁ ୪୦ ଫୁଟ୍ ପଛକୁ ପଳାଇ ଯାଇଛି । ତେବେ, ବସ୍ ପଛରେ କୌଣସି ଅନ୍ୟ ଗାଡ଼ି ଆସୁନଥିବାରୁ ସିରିଜ୍ ଦୁର୍ଘଟଣା ହୋଇନାହିଁ । ବସରେ ଥିବା ପ୍ରବାସୀ ଶ୍ରମିକମାନେ ଅଳ୍ପେ ବହୁତ ଆହତ ହୋଇଛନ୍ତି ।

ଟାଙ୍ଗୀ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବସ୍ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଅନ୍ୟ ବସ୍ ଯୋଗେ ଘରକୁ ପଠାଇ ଦେଇଛି । ଟ୍ରକ୍ ଚାଳକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ୍ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.