Latest Odisha News

BREAKING NEWS

ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ସବୁଠି ମେଡିକାଲରେ ଅମ୍ଲଜାନ ଅଭାବ

ନୂଆଦିଲ୍ଲୀ: କରୋନା ସହ ଦେଶ ଲଢ଼ୁଛି । ସ୍ଥିତି ଏମିତି ହୋଇଛି ଯେ ସବୁଠି ସ୍ୱାସ୍ଥ୍ୟସେବାକୁ ନେଇ ହାହାକାର ପଡ଼ିଲାଣି । ଗୋଟିଏ ପଟେ ସଂକ୍ରମଣ ଭୟ, ଅନ୍ୟପଟେ ବିଗିଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବା ଡର ଭିତରେ ଜୀବନ ବିତୁଛି । କାରଣ ଅଧିକାଂଶ ସ୍ଥାନରେ ହସ୍ପିଟାଲରେ ବେଡ୍ ଖୋଲି ନାହିଁ ତ ଆଉ କେଉଁଠି ରୋଗୀଙ୍କୁ ମିଳୁନି ଅକ୍ସିଜେନ୍ ।

ଯଦି କୌଣସି ପ୍ରକାର ଅକ୍ସିଜେନ୍ ଯୋଗାଡ଼ ହୋଇଗଲା ତଥାପି ଆପଣଙ୍କୁ ଔଷଧ ପାଇଁ ଯୁଦ୍ଧ କରିବାକୁ ପଡ଼ିବ । କରୋନା ସଂକ୍ରମଣ ବଢ଼ିବା ପରେ ପ୍ରାୟ ବଡ଼ ସହରରେ ଏବେ ଏଭଳି ସ୍ଥିତି । ବର୍ତ୍ତମାନ ସମୟରେ ରେମଡେସିବିର ଇଞ୍ଜେକ୍ସନ୍ ଓ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି । ଅକ୍ସିଜେନ୍ ଅଭାବ ଯୋଗୁଁ ଅନେକ ସ୍ଥାନରେ ମେଡିକାଲ ରୋଗୀଙ୍କୁ ଆଡମିଟ୍ କରୁନାହାଁନ୍ତି । ଆକ୍ରାନ୍ତ ଅକ୍ସିଜେନକୁ ଅପେକ୍ଷା କରି କରି ଆଖି ବୁଜୁଛନ୍ତି ।

Surges In Corona Cases Oxygen Shortage In Hospital

ମଧ୍ୟପ୍ରଦେଶର ରାୟସେନାର ସ୍ଥିତି ବେଶ୍ ଭୟାନକ । ଏଠି ଆକ୍ରାନ୍ତ ହସ୍ପିଟାଲ ବାହାର ଜୀବନ ଭିକ୍ଷା ମାଗୁଥିଲେ ବି ହସ୍ପିଟାଲ୍ କର୍ତ୍ତୃପକ୍ଷ ଆଡମିଟ୍ କରୁନାହାଁନ୍ତି । କାରଣ ମେଡିକାଲରେ ବେଡ୍ ନାହିଁ କି ଅକ୍ସିଜେନ୍ ବି ନାହିଁ । ସିଟି ହସ୍ପିଟାଲ ଅନୁସାରେ, ପ୍ରତିଦିନ ୯୦ ଅକ୍ସିଜେନ୍ ସିଲିଣ୍ଡର ଆବଶ୍ୟକ । କିନ୍ତୁ ମାତ୍ର ୩୦ଟି ମିଳୁଛି । ଫଳରେ ରୋଗୀଙ୍କ ମୃତ୍ୟୁ ହେଉଛି ।

ଗୁଜରାଟରୁ ଅକ୍ସିଜେନ୍ ବିତରଣ ଉପରେ ରୋକ୍ ଲାଗିଛି । ଫଳରେ ମଧ୍ୟପ୍ରଦେଶ ଅକ୍ସିଜେନ ପାଉନାହିଁ । ଅନ୍ୟପଟେ ମହାରାଷ୍ଟ୍ର ନିଜ ରାଜ୍ୟରେ ଅମ୍ଳଜାନ ଚାହିଦାକୁ ପୂରଣ କରି ପାରୁନାହିଁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅକ୍ସିଜେନ୍ ନେଇ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଛନ୍ତି । ରାଜ୍ୟରେ ୧୨୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉପଲବ୍ଧ ଥିବାବେଳେ ଚାହିଦା ଆହୁରି ଅଧିକ ରହିଛି ।

ଦିଲ୍ଲୀ ଓ ରାଜସ୍ଥାନରେ ମଧ୍ୟ ଏକା ସ୍ଥିତି । ଦିଲ୍ଲୀରେ ଅକ୍ସିଜେନ ଚାହିଦା ତିନିଗୁଣ ବଢ଼ିଥିବା ବେଳେ ରାଜସ୍ଥାନରେ ଦୁଇ ସପ୍ତାହ ମଧ୍ୟରେ ଅକ୍ସିଜେନ୍ ଚାହିଦା ଅଢ଼େଇ ଗୁଣ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶରେ ଅକ୍ସିଜେନ ଚାହିଦାକୁ ଦେଖି ଅକ୍ସିଜେନ୍ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରିକୁ ଦୁଇ ଗୁଣ କରାଯାଇଛି । ଝାଡ଼ଖଣ୍ଡରେ ଅକ୍ସିଜେନ୍ ଚାହିଦା ୨୦ ଗୁଣ ବଢିଛି ।

Leave A Reply

Your email address will not be published.