Latest Odisha News

BREAKING NEWS

ଶ୍ରୀମନ୍ଦିରରେ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଚୈତ୍ର ଶୁକ୍ଳ ତୃତୀୟ ତିଥିରେ ଶ୍ରୀଜିଉ ମାନଙ୍କ ‘ବନକ ଲାଗି’ ବା ‘ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ । ବନକ ଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ଯାଏ ପ୍ରାୟ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ଗୁପ୍ତ ଶ୍ରୀମୁଖ ସିଂହାର ନୀତିକୁ ଦତ୍ତ ମହାପାତ୍ର ସେବକ କରିବେ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସୂଚନା ଦେଇଛି ।

Leave A Reply

Your email address will not be published.