Latest Odisha News

BREAKING NEWS

ବଡ ପରଦାରେ ଓଡିଆ ଫିଲ୍ମ ‘ଅଦୃଶ୍ୟମ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଏକ ସସପେନ୍ସ ଥ୍ରିଲର୍ ଓଡିଆ ଫିଲ୍ମ ‘ଅଦୃଶ୍ୟମ’ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି ।

ଫିଲ୍ମଟିରେ ନାୟକ ଦୃଷ୍ଟିହୀନ ଭୂମିକାରେ ନଜର ଆସୁଥିବା ବେଳେ ଏହି ସସପେନ୍ସ ଥ୍ରିଲର୍ ଧର୍ମୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଉଛି । ‘ଅଦୃଶ୍ୟମ’ରେ ସାନୁ, ଅଙ୍କିତା, ଲିପ୍ସା ସମରେଶ, ପୁଷ୍ପା ପଣ୍ଡା, ଆଶୋକ ଦାସ, ଚିତ୍ତରଞ୍ଜନ ତ୍ରିପାଠୀ, ଚୌଧୁରୀ ଜୟପ୍ରକାଶ ଓ ଅଶ୍ୱିନୀ ତ୍ରିପାଠୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

ଏସ୍‌-୩, ଲାବଣ୍ୟ, ଡିକେଏଫ୍ ଓ ମଞ୍ଜରୀ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନେତା ସମରେଶ ରାଉତରାୟ, ସମ୍ବିତ ଓ ବୁଲୁ ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି । ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ରାଜେନ୍ଦ୍ର ମହାନ୍ତ ।

ଫିଲ୍ମର ‘ସାଥିଆ’ ଓ ‘ଆଖି ଭିଜେ ନିଜ ଇଚ୍ଛାରେ’ ଭଳି ଗୀତ ସୋସିଆଲ୍ ମିଡିଆରେ ଦର୍ଶକଙ୍କ ଦ୍ୱାରା ଖୁବ୍ ଆଦୃତ ହୋଇପାରିଛି । ଯାହାକୁ ନେଇ ଓଡିଆ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

 

 

Leave A Reply

Your email address will not be published.