ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ ମି ଟୁ ୟୁ’ ଶୁକ୍ରବାର ଦିନ ଓଡ଼ିଶାର ୩୦ଟି ହଲରେ ମୁକ୍ତି ଲାଭ କରିଛି ।
ପ୍ରଥମ ଦିନରେ ଚଳଚ୍ଚିତ୍ରଟିକୁ ମିଳିଛି ଦର୍ଶକଙ୍କ ଭଲପାଇବା । ପ୍ରଥମ ଦିନରେ ସିନେମାଟିକୁ ଦେଖିବା ପାଇଁ କଟକର ବୃନ୍ଦାବନ ସିନେମା ହଲରେ ଲୋକଙ୍କ ଭିଡ଼ ପାରିଲିଖିତ ହୋଇଥିଲା।
ଏହି ଫିଲ୍ମଟିରେ ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଉଛି । ଜ୍ୟୋତି ଓ ଅମ୍ଲାନଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଚୁଲବୁଲି ନାୟିକା ଶ୍ରଦ୍ଧା । ଏହାବ୍ୟତିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ବିଜୟ ମହାନ୍ତି ।
‘ଫ୍ରମ୍ ମି ଟୁ ୟୁ’ ଚଳଚ୍ଚିତ୍ରରେ କାହାଣୀ, ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଦେଇଛନ୍ତି ହେମନ୍ତ ସାହୁ । ଚିତ୍ରୋତ୍ତୋଳନ ସୀତାଂଶୁ ମହାପାତ୍ର କରିଥିବା ବେଳେ ସଙ୍ଗୀତ ଭାର ସମ୍ଭାଳିଛନ୍ତି ପ୍ରେମ୍ ଆନନ୍ଦ ।
ରୀସ୍ତା ୱେଭସ୍ ଇଣ୍ଟରଟେନମେଣ୍ଟ୍ ଦ୍ୱାରା ନିବେଦିତ ଏହି ଚଳଚ୍ଚିତ୍ରର ସମ୍ପାଦନା ସୁକୁମାର ମଣି କରିଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ରହିଛନ୍ତି ରାଜେଶ ମହାନ୍ତି ।
Comments are closed.