Latest Odisha News

BREAKING NEWS

ଏଥର ସାଇକେଲରେ ବୁଲନ୍ତୁ ବାଲିଯାତ୍ରା !

କଟକ: ବାଲିଯାତ୍ରା ବୁଲିବା ପାଇଁ ଇଚ୍ଛା ଥାଇ ମଧ୍ୟ ଚାଲିଚାଲି ବୁଲିବାକୁ ପଡେ ବୋଲି କିଛି ଲୋକ ମନ ମାରି ଦିଅନ୍ତି । ତେବେ ଚଳିତଥର ବାଲିଯାତ୍ରାରେ ଆପଣଙ୍କ ଏହି ସମସ୍ୟାର ସମାଧାନ ହୋଇଯାଇଛି ବୋଲି ଜାଣି ରଖନ୍ତୁ । ଆପଣ ବାଲିଯାତ୍ରା ବି ବୁଲିବେ ଆଉ ଥକିବେ ମଧ୍ୟ ନାହିଁ । ଏଥର ଯାତ୍ରାରେ କରାଯାଇଛି ଏକ ସ୍ୱତନ୍ତ୍ର ବ୍ୟବସ୍ଥା। ଲୋକମାନେ ସାଇକେଲ ଧରି ଯାତ୍ରାର ମଜା ନେଇ ପାରିବେ। ସିଏ ବି ବିନା ଶୁଳ୍କରେ ।

ବାଲିଯାତ୍ରା ବୁଲି ଆସୁଥିବା ଲୋକେ ନିଜ ଗାଡିକୁ ପାର୍କିଂ ସ୍ଥାନରେ ରଖି ସେଠାରୁ ସାଇକେଲ ନେଇ ମେଳା ବୁଲିପାରିବେ । ଏଥିପାଇଁ ୫୦୦ଟି ସାଇକେଲର ବ୍ୟବସ୍ଥା ବକରାଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ସୂଚନା ଦେଇଛନ୍ତି । ଏହି ସାଇକେଲ ସେମାନେ ଭୁବନେଶ୍ୱରର ‘କ୍ୟାପିଟାଲ ରିଜନ ଅର୍ବାନରୁ ଆଣିଥିବା ସେ କହିଛନ୍ତି ।

ଏହି ସାଇକେଲର ସୁରକ୍ଷା ପାଇଁ ଏଥିରେ ଜିପିଆରଏସ ଲଗାଯାଇଛି ।

ଚଳିତବର୍ଷ  ବାଲିଯାତ୍ରାରେ ‘ମୋ କଟକ ବାଲିଯାତ୍ରା ରିକ୍ସା’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ରିକ୍ସା ଚାଳକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ଆହୁରି ମଧ୍ୟ ରିକ୍ସା ଚାଳକ ମାନଙ୍କୁ ୟୁନିଫର୍ମ ଓ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.