Latest Odisha News

BREAKING NEWS

ରିଲିଜ ହେଲା ଓଡ଼ିଆ ସିନେମା ‘ଦିସ ଇଜ ମାୟାରେ ବାୟା’

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ପରଦାକୁ ଆସିଛି ଓଡ଼ିଆ ସିନେମା ‘ଦିସ ଇଜ ମାୟାରେ ବାୟା’ ।

ଏହା ହେଉଛି ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଦର୍ଶକମାନେ ପ୍ରଥମଥର ପାଇଁ ଦୁଇଟି ନୂଆ ଯୋଡିକୁ ଦେଖିବାକୁ ପାଇଛନ୍ତି । ସେମାନେ ହେଲେ ସ୍ୱରାଜ-ଏଲିନା ଓ ସିଦ୍ଧାନ୍ତ- ଝିଲିକ । ଏମାନେ ସମସ୍ତେ ଓଲିଉଡରେ ବେଶ ଜଣାଶୁଣା ଆଉ ବହୁ ସିନେମାରେ କାମ କରିଥିଲେ ସୁଦ୍ଧା ପ୍ରଥମ ଥର ଲାଗି ନାୟକ-ନାୟିକା ଯୋଡ଼ିଭାବେ ପରଦାରେ ନଜର ଆସିଛନ୍ତି ।

 

ସୂଚନାଯୋଗ୍ୟ, ଏହାର ଗୀତ ଗୁଡିକ କିଛିଦିନ ଆଗରୁ ରିଲିଜ ହୋଇସାରିଥିବା ବେଳେ ଦର୍ଶକଙ୍କୁ ଏହା ଖୁବ ପସନ୍ଦ ଆସିଛି ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସୁଶାନ୍ତ ମଣି ସମ୍ଭାଳିଥିବା ବେଳେ ପ୍ରଯୋଜକ ଭାବେ ରହିଛନ୍ତି ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ୍ ।

‘ସବୁ ମାୟାରେ ବାୟା’ ବ୍ୟତିତ ଗତ ଶୁକ୍ରବାର ପରଦାକୁ ଆସିଛି ଅନ୍ୟତମ ଓଡିଆ ଚଳଚ୍ଚିତ୍ର ‘ମିଷ୍ଟର ମଜନୁ’ । ତରଙ୍ଗ ସିନେ ପ୍ରଡକ୍ସନ ନିବେଦିତ ଏହି ଫିଲ୍ମରେ ଚକଲେଟ୍ ବୟ ବାବୁସାନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ତିନି ନାୟିକା ।

Leave A Reply

Your email address will not be published.