Latest Odisha News

BREAKING NEWS

କଟକରେ ମାରଣାସ୍ତ୍ର ଦେଖାଇ ୧୧ ଟ୍ରକରୁ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଲେ ଦୁର୍ବୃତ୍ତ

କଟକ: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନିମେଇସାପୁର ଗ୍ରାମ ନିକଟରେ ଗତକାଲି କିଛି ଦୁର୍ବୃତ୍ତ ପାଖାପାଖି ୧୧ଟି ଟ୍ରକକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ନିମେଇସାପୁର ନିକଟସ୍ଥ ପେଟ୍ରୋଲ୍ ପମ୍ପ ପାଖରେ ଟ୍ରକଗୁଡିକ ଠିଆ ହୋଇଥିବା ବେଳେ ଭୋର୍ ପ୍ରାୟ ୨ଟା ୩୦ମି. ସମୟରେ କିଛି ଦୁବୃର୍ତ୍ତ ଡ୍ରାଇଭରମାନଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିବାରୁ ସେମାନେ ଗାଡିଗୁଡିକୁ ଭଙ୍ଗାରୁଜା କରିବା ସହ ଗାଡି ଚାଳକଙ୍କ ଠାରୁ ଲୁଟ୍ କରିଥିଲେ । ପରେ ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ।

ପରେ ଏନେଇ ଟ୍ରକ୍ ମାଲିକମାନେ ଟାଙ୍ଗି ଥାନାରେ ମାମଲା ଦାଏର କରିଛନ୍ତି ।

ତେବେ ଗାଡି ପାର୍କିଂକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଟ୍ରକ୍ ଡ୍ରାଇଭରଙ୍କ ମଧ୍ୟରେ ପୂର୍ବରୁ ଲାଗି ରହିଥିବା ବିବାଦ ଯୋଗୁଁ ଏଭଳି ଅଘଟଣ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.