Latest Odisha News

କେଆଇଏଫଏଫ୍ ୨୦୧୯ରେ ପ୍ରଦର୍ଶିତ ହେବ ଓଡିଆ ଫିଲ୍ମ ‘ପାଟଣାଗଡ’

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ‘ପାଟଣାଗଡ’ ୨୫ ତମ କୋଲକାତା ଅର୍ନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ (କେଆଇଏଫଏଫ୍) ୨୦୧୯ ଓ ଏଲଆଇଏଫଏଫଟି ଇଣ୍ଡିଆ ଫିଲ୍ମ ମହୋତ୍ସବ ୨୦୧୯ରେ ପ୍ରଦର୍ଶିତ କରାଯିବ ।

କେଆଇଏଫଏଫ୍ ଫେଷ୍ଟିଭାଲ୍ କୋଲକାତାରେ ୮ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ।

 

ବହୁ ବାଦବିବାଦ ପରେ ୨୦୧୯ ମସିହା ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ପର‌୍ୟ୍ୟବେଶିତ ଚଳଚ୍ଚିତ୍ର ‘ପାଟଣାଗଡ଼ ୨୩ ଫେବୃଆରୀ ୨୦୧୮’ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ରାଜେଶ ଟଚରାଇବର ।

ଉଭୟ ଓଡିଆ ଓ ତେଲୁଗୁ ଭାଷାରେ ନିର୍ମିତ ଏହି ଫିଲ୍ମଟିର ଟିଜର ପୂର୍ବରୁ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କର ଭଲ ରେସପୋନ୍ସ ମିଳିପାରିଥିଲା ।

“ଏହା ସହ ଜଡିତ ସମସ୍ତ ବାଦବିବାଦର ଏବେ ସମାଧାନ ହୋଇସାରିଛି । ବଲିଉଡ ମୁଭି ପରି ଏହା ମଧ୍ୟ ଦର୍ଶକଙ୍କୁ ଶେଷ ପର‌୍ୟ୍ୟନ୍ତ ହଲରେ ବାନ୍ଧି ରଖିବ” ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା କହିଛନ୍ତି ।

ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଅତୁଲ କୂଲକର୍ଣ୍ଣି, ଯଶପାଲ ଶର୍ମାଙ୍କ ସହ ଓଲିଉଡର ମନୋଜ ମିଶ୍ର ଓ ଟଲିଉଡର ତନିକେଲା ଭରାଣୀ ପ୍ରମୁଖ ନଜର ଆସିବେ।

Leave A Reply

Your email address will not be published.