Latest Odisha News

BREAKING NEWS

ଆଜି ମୋଦି-ଜିନପିଙ୍ଗ ଭେଟ, ଚେନ୍ନାଇରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି।

ଏହି ଅବସରରେ ଦକ୍ଷିଣ ଭାରତର ପ୍ରାଚୀନ ନଗର ତଥା ତାମିଲନାଡୁର ମମଲ୍ଲାପୁରମରେ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଜିନପିଙ୍ଗ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ଅପରାହ୍ନରେ ସେ ମୋଦିଙ୍କ ସହ ଅର୍ଜୁନଙ୍କ ତପସ୍ୟାସ୍ଥଳୀ, ପଞ୍ଚରଥ, ସୋରେ ମନ୍ଦିର ଭଳି ଐତିହ୍ୟସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ପରବର୍ତ୍ତୀ ସମୟରେ ଏହି ଦୁଇ ରାଷ୍ଟ୍ରମୁଖ୍ୟ ଏକାଠି ରାତ୍ରୀଭୋଜନରେ ଯୋଗଦେବାକୁ ଥିବା ବେଳେ ଜିନପିଙ୍ଗଙ୍କ ଗସ୍ତକୁ ନଜରରେ ରଖି ସ୍ଥାନ୍ରୀ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏପରିକି ନୌସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ମମଲ୍ଲାପୁରମ ସମୁଦ୍ର ତଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆହୁରି ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିବା ବେଳେ ବିମାନବନ୍ଦରରୁ ମମଲ୍ଲାପୁରମ ଯାଏଁ ରାସ୍ତାକୁ ସୁସଜ୍ଜିତ କରାଯାଇଛି ।

Leave A Reply

Your email address will not be published.