Latest Odisha News

BREAKING NEWS

ଓଡ଼ିଶାର ସିବିଆଇ ଅଧିକାରୀ ଗିରିଶ ପ୍ରଧାନଙ୍କୁ ସମ୍ମାନୀତ କଲା କେନ୍ଦ୍ର

ଭୁବନେଶ୍ୱର : ସମ୍ମାନୀତ ହେଲେ ଓଡ଼ିଶାର ସିବିଆଇ ଅଧିକାରୀ । ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ ନିୟୋଜିତ ଗିରିଶ କୁମାର ପ୍ରଧାନ ସମ୍ମାନୀତ ହୋଇଛନ୍ତି । ବରଗଡର ଏହି ସିବିଆଇ ଅଧିକାରୀଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍ ରିଜିଜୁ ସମ୍ମାନୀତ କରିଛନ୍ତି ।

ତଦନ୍ତ ବେଳେ ନିଜର ଉତ୍କୃଷ୍ଟ ଦକ୍ଷତାକୁ ନେଇ ଗିରିଶଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏହି ସମ୍ମାନ ଦିଆଯାଇଛି। ୨୦୧୮ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତଦନ୍ତରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଥିବା ପୁରସ୍କାର ମଧ୍ୟ ଗିରିଶ ପ୍ରଧାନଙ୍କୁ ମିଳିଛି।

ନିକଟରେ ଦେଶର ପ୍ରଧାନ ବିଚାରପତି ଏନ ଭି ରମନ୍ନା ସିବିଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିବିଆଇର ତଦନ୍ତଭାର ଏବଂ ପକ୍ଷପାତି ପାଇଁ ବିଶ୍ୱାସଭାଜନ ହୋଇପାରୁନି । ତେଣୁ ଲୋକଙ୍କ ବିଶ୍ୱାସଭାଜନ ହେବାର ସମୟ ଆସିଛି ବୋଲି କହିଥିଲେ । ପୁଲିସ ବ୍ୟବସ୍ଥା ଉପରେ ମଧ୍ୟ ରମନ୍ନା କହିଥିଲେ। ଏବେ ଆମ ପୁଲିସ ବ୍ୟବସ୍ଥାରେ ସୁଧାର ଆସିବା ଦରକାର। ପୁଲିସ ରାଜନେତାଙ୍କ ସହ ସଲାସୁତରା ନକରି ନିଜର ଭାବମୂର୍ତ୍ତି ରକ୍ଷା କରିବା ଦରକାର ବୋଲି ପ୍ରଧାନ ବିଚାରପତି କହିଥିଲେ।

ଅନ୍ୟପଟେ ଗତକାଲି ରିଜଜୁ କହିଛନ୍ତି, ସିବିଆଇ ଆଉ ପିଞ୍ଜରରା ଶୁଆ ହୋଇନାହିଁ । ୟୁପିଏ ସରକାର ସମୟରେ ଅନେକ ଦୁର୍ନୀତି ହୋଇଥିଲା। ଏହି ସମୟରେ ସିବିଆଇର ତଦନ୍ତ ଉପରେ ଏକ ରାୟ ଦେଇ ସେତେବେଳେ ସୁପ୍ରିମକୋର୍ଟ କହିଥିଲେ, ସିବିଆଇ ଆଉ ପିଞ୍ଜରରା ଶୁଆ ହୋଇନାହିଁ ।

Leave A Reply

Your email address will not be published.