Latest Odisha News

BREAKING NEWS

ସାହସିକତା ଲାଗି ଓଡ଼ିଆ ଅଫିସରଙ୍କୁ ମିଳିଲା ‘କୋଷ୍ଟଗାର୍ଡ଼ ଗ୍ୟାଲେଣ୍ଟ୍ରି ମେଡ଼ାଲ୍’…

ଭୁବନେଶ୍ୱର: ଭାରତୀୟ ତଟରକ୍ଷୀ ବାହିନୀର ଡିଆଇଜି ଅନୱର ଖାନ୍ ପ୍ରଥମ ଓଡିଆ ଅଫିସର ଭାବେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନପ୍ରଦ ‘କୋଷ୍ଟ ଗାର୍ଡ ଗ୍ୟାଲେଣ୍ଟ୍ରି ମେଡାଲ’ ଗ୍ରହଣ କରିଛନ୍ତି ।

ଶ୍ରୀ ଖାନ୍ ନିଜର ନିସ୍ୱାର୍ଥପର କାର୍ଯ୍ୟ ଲାଗି ସମ୍ମାନିତ କରାଯାଇଛି । ତଟରକ୍ଷୀ ଜାହାଜ ‘ବରଦ’ର କମାଣ୍ଡର ଥିବାବେଳେ ସେ ନିଜର ଅଦମ୍ୟ ସାହାସ ବଳରେ ବାତ୍ୟା ରୁଆନୁ ଘେରରେ ଫସି ରହିଥିବା ୧୩ ଜଣକୁ ଉଦ୍ଧାର କରିଥିଲେ ।

ଭୁବନେଶ୍ୱରର ଓୟୁଏଟିର କୃଷି ମହାବିଦ୍ୟାଳୟର ଏହି ପୂର୍ବତନ ଛାତ୍ର ମଙ୍ଗଳବାର ଦିନ ଚେନ୍ନାଇ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଠାରୁ ଏହି ସାହସିକତା ପୁରସ୍କାର ଗ୍ରହଣ କରିଥିଲେ ।

୧୯୭୭ ବ୍ୟାଚର ଏହି କୋଷ୍ଟ ଗାର୍ଡ ଅଧିକାରୀ ନିଜ ବ୍ୟାଚରେ ବେଷ୍ଟ ଅଲରାଉଣ୍ଡ ଆସିଷ୍ଟେଣ୍ଡ କମାଣ୍ଡେଣ୍ଟ ମଧ୍ୟ ହୋଇପାରିଥିଲେ ।ଭାବେ ପରିଚିତ ଥିଲେ । ଏହି ଅଧିକାରୀଙ୍କୁ ନିଜର ୨୩ ବର୍ଷର ସେବାରେ ଡିଜିଆଇସିଜି, ସିଓଏମସିଜି ଓ ସିଆଇଏନସିଏଏନ୍ ଭାବେ ମଧ୍ୟ ସମ୍ମାନିତ କରାଯାଇଛି ।

ଶ୍ରୀ ଖାନ୍ ବର୍ତ୍ତମାନ ସମୟରେ ବିଶାଖାପାଟଣାରେ ସ୍ୱତନ୍ତ୍ର ପ୍ରଦୂଷଣ ନିୟନ୍ତ୍ରଣକାରୀ ଜାହାଜ ‘ସମୁଦ ପହରଦାର’ରେ କମାଣ୍ଡିଂ ଅଫିସର ଭାବେ କାର୍ଯ୍ୟରତ ।

Leave A Reply

Your email address will not be published.