Latest Odisha News

ପ୍ରବଳ ବର୍ଷାରେ ବେହାଲ ଟ୍ୱିନସିଟି

କଟକ/ଭୁବନେଶ୍ୱର: ଟ୍ୱିନସିଟିରେ ଗତ ୩୬ ଘଣ୍ଟାଧରି ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଉଭୟ କଟକ ଓ ଭୁବନେଶ୍ୱର ସହରର ଜୀବନ ଯାତ୍ରା ବ୍ୟାହତ ହୋଇଛି ।

ଲଗାଣ ବର୍ଷାଯୋଗୁଁ ଭୁବନେଶ୍ୱରରେ ତଳିଆ ଅଞ୍ଚଳର ବର୍ଷା ଜଳ ପ୍ରବେଶ କରିଥିବା ବେଳେ ଚିନ୍ତାମଣୀଶ୍ୱର, ଲକ୍ଷ୍ମୀସାଗର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ବେହେରା ସାହି, ରସୁଲଗଡ ଓ ପଳାଶୁଣି ଅଞ୍ଚଳରେ ବର୍ଷା ଜଳ ପଶିଯାଇଛି ।

ନୟାପଲା ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ୧୬ନଂ ଜାତୀୟ ରାଜପଥର ଫ୍ଲାଏଓଭର ତଳ ରାସ୍ତାରେ ପ୍ରାୟ ୪ ଫୁଟ୍ ଉଚ୍ଚ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି।

ସେହିପରି କଟକରେ ବର୍ଷାପାଣି ଲୋକଙ୍କ ଘର ମଧ୍ୟକୁ ପ୍ରବେଶ କରିଥିବା ବେଳେ ବିଶେଷତଃ ତଳିଆ ଅଞ୍ଚଳର ରାଉସାପାଟଣା, ଥୋରିଆ ସାହି, ମନସିଂପାଟଣା, ପ୍ରଫେସରପଡା, ପଟ୍ଟାପୋଲ, ମେରିଆ ବଜାର, ରକ୍ସିଲେନ୍, ବାଦାମବାଡି, ଶିଖରପୁର ଓ ଗଣ୍ଡରପୁର ଆଦି ଅଞ୍ଚଳ ପାଣି ଘେରରେ ରହିଛି ।

Leave A Reply

Your email address will not be published.