Latest Odisha News

BREAKING NEWS

ବାଲୁକା କଳାରେ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ  ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲିରେ ରାଜୁ ଶ୍ରୀବାସ୍ତବଙ୍କର ବାଲୁକା କଳା ନିର୍ମାଣ କରି ତାଙ୍କୁ ମନେ ପକାଇଛନ୍ତି ।  ଏହି ବାଲୁକା ମୂର୍ତ୍ତିଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୦ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା ପାଇଁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା।

ଅନ୍ୟମାନଙ୍କୁ ହସାଉଥିବା ଅଭିନେତା ଆଜି ବିଦାୟ ନେଇଛନ୍ତି । ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ ପାଇଛି ।  ସମସ୍ତଙ୍କ ପ୍ରିୟ ଅଭିନେତା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ନିଧନରେ ସାରା ଭାରତବାସୀ ଦୁଃଖିତ ହୋଇଛନ୍ତି ।

Leave A Reply

Your email address will not be published.