Latest Odisha News

BREAKING NEWS

Odia Film: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’

ଭୁବନେଶ୍ୱର: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘କାଲି ର ଆଶା’ । କୃଷି ଓ କୃଷକଙ୍କ ଜୀବନକୁ କେନ୍ଦ୍ର କରି ଆୟୋଜିତ ଏହି ଫିଲ୍ମ ଜାତୀୟ ସ୍ତରୀୟ ଫେଷ୍ଟିଭାଲରେ ଚୟନ ହୋଇ ଓଡ଼ିଶାର କାହାଣୀ ଓ ସିନେମାକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି । ଯାହା ଓଡ଼ିଆ ଇଣ୍ଡଷ୍ଟ୍ରି ଓ ରାଜ୍ଯ ପାଇଁ ଗର୍ବର ବିଷୟ ପାଲଟିଛି ।

କୃଷକ ସମସ୍ୟା ଉପରେ ଆଧାରିତ ଓଡ଼ିଆ ସର୍ଟ ଫିଲ୍ମ ‘କାଲି ର ଆଶା’ ଦେଶର ପ୍ରଥମ କିଷାନ ଫିଲ୍ମ ଫେଷ୍ଟିଭାଲରେ ସାରା ଭାରତରୁ ଆସିଥିବା ୬୦୦ରୁ ଅଧିକ ଫିଲ୍ମ ମଧ୍ୟରୁ ଶ୍ରେଷ୍ଠ ୩ଟି ଫିଲ୍ମ ମଧ୍ୟରେ ସ୍ଥାନ ପାଇଛି ।

ଚଳଚ୍ଚିତ୍ର ନିର୍ମାତା ଅତୀଶ କୁମାର ରାଉତ କହିଛନ୍ତି, ‘କାଲି ର ଆଶା’ ହେଉଛି ଯେ କୌଣସି ଅସୁବିଧା ଆଗରେ ହାର ନମାନି ଏବଂ ହତୋତ୍ସାହ ନ ହୋଇ କିପରି ତାକୁ ଦୂର କରିବା ପାଇଁ ଚେଷ୍ଟା ଜାରି ରଖିବା । ଏହା ଆମ କୃଷକ ପରିବାରମାନଙ୍କର ଜୀବନ ସଂଘର୍ଷକୁ ଦେଖାଇଛି, ଯେଉଁମାନେ ଅନେକ ସମସ୍ୟା ସତ୍ତ୍ୱେ ମଧ୍ୟ ଆଗାମୀ ଦିନ ପ୍ରତି ଭରସା ରଖିଥାଏ । କୃଷକଙ୍କୁ ନିର୍ଦ୍ଦିଷ୍ଟ କରି ଆୟୋଜିତ ଜାତୀୟ ଫେଷ୍ଟିଭାଲରେ ଶ୍ରେଷ୍ଠ ୩ରେ ସ୍ଥାନ ପାଇବା ଆମ ପାଇଁ ବହୁତ ଗର୍ବର କଥା ।

‘କାଲି ର ଆଶା’ ଫିଲ୍ମଟି ଚାଷକୁ ଜୀବୀକା କରି ଚାଲୁଥିବା ଜେଜେବାପା ଓ ନାତିଙ୍କ ଉପରେ ଆଧାରିତ ଏକ ସଂବେଦନଶୀଳ କାହାଣୀ । ଚାଷର ସଂକଟ, ଅନିଶ୍ଚିତତା ଓ ସଂଘର୍ଷ ମଧ୍ୟରେ ମଧ୍ୟ କିପରି ଆଶା, ଧୈର୍ଯ୍ୟ ଓ ପରିବାରିକ ବନ୍ଧନ ମଣିଷକୁ ଆଗକୁ ନେଇଯାଏ, ସେହି କଥାକୁ ଫିଲ୍ମଟି ଅତ୍ୟନ୍ତ ସରଳ ଭାବେ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.