ଋାଞ୍ଚି: ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ନିଜ ରେକର୍ଡ଼ ନିଜେ ଭାଙ୍ଗି ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି । ଦୂତୀ ୧୧.୨୨ ସେକେଣ୍ଡରେ ୧୦୦ ମିଟର ମହିଳା ଦୌଡ଼ ଅତିକ୍ରମ କରି ନୂଆ କିର୍ତ୍ତିୀମାନ ପ୍ରତିଷ୍ଠା କରିଛନ୍ତି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିଠାରେ ଚାଲିଥିବା ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀ ଓ ଅମିୟ ମଲ୍ଲିକ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଓଡ଼ିଶା ଲାଗି ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
#DuteeChand betters her own National Record here at #NOAC 2019 in #Ranchi
Superb performance Dutee, keep it up!
New NR 11.22
Previous Record 11.26 (Doha,2019) pic.twitter.com/Qz0kDE3fwO— Athletics Federation of India (@afiindia) October 11, 2019
ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ହେଲେ ୧୦୦ ମିଟର ଦୌଡ଼ରେ ଦୂତୀଙ୍କୁ ୧୧.୧୫ ସେକେଣ୍ଟରେ ଦୌଡ଼ ଅତିକ୍ରମ କରିବାକୁ ପଡ଼ିବ । ଅବଶ୍ୟ ଏହି ବ୍ୟବଧାନ କମ୍ ରହିଥିବା ଯୋଗୁଁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ଦୂତୀ ଚେଷ୍ଟା କରିବେ ।
ସେହିପରି ପୁରୁଷ ୧୦୦ ମିଟର୍ ଦୌଡ଼ରେ ୧୦.୪୬ ସେକେଣ୍ଡରେ ଅତିକ୍ରମ କରି ଓଡ଼ିଶାର ଉଦୀୟମାନ ଧାବକ ଅମିୟ ମଲ୍ଲିକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଓଡ଼ିଆ ଆଥଲେଟ ଦୂତୀ ଓ ଅମିୟ ଓଡ଼ିଶା ଲାଗି ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଥିବା ବେଳେ ଅନ୍ୟତମ ଓଡ଼ିଆ ଆଥଲେଟ ଜଉନା ମୂର୍ମୁ ମଧ୍ୟ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଓଏନଜିସି ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ।
Comments are closed.