Latest Odisha News

BREAKING NEWS

ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇଛି ବ୍ରିଟିଶ ସରକାର । ଗାନ୍ଧୀଙ୍କ ସମ୍ମାନରେ ବ୍ରିଟିଶ ସରକାର ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ବ୍ରିଟେନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦ ।

ଲଣ୍ଡନଠାରେ ଗୁରୁବାର ଦିନ ବ୍ରିଟିଶ ଏସିୟାନ ସକ୍ସେସ ପାଳନ କରିବା ପାଇଁ ଆୟୋଜନ ହୋଇଥିବା ବାର୍ଷିକ ଗୋଲଟେବୁଲ କାର୍ଯ୍ୟକ୍ରମ ଅବସରରେ ପାକିସ୍ତାନୀ ବଂଶୋଦ୍ଭବ ତଥା ବ୍ରିଟିଶ ଅର୍ଥମନ୍ତ୍ରୀ ଜାଭିଦ ଏହି ଘୋଷଣା କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମାରକରେ ଏହି ମୁଦ୍ରା ଜାରି କରାଯିବ। ଯାହାଦ୍ୱାରା ଗାନ୍ଧୀ ଶିଖାଇଥିବା କଥାକୁ ବିଶ୍ୱ କେବେବି ଭୁଲି ପାରିବ ନାହିଁ । ଏଥିଲାଗି ରୟାଲ ମିଣ୍ଟକୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ମୁଦ୍ରା ଜାରି କରିବା ନିମନ୍ତେ କୁହାଯାଇଥିବା ସେ କହିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ଶିକ୍ଷା

“ମହାତ୍ମା ଗାନ୍ଧୀ ଆମକୁ ଶିଖାଇଛନ୍ତି ଧନ ଦୌଲତ ଅଥବା ବଡ ପଦପଦବୀରୁ ଶକ୍ତି ମିଳେନାହିଁ । ମହାତ୍ମା ଗାନ୍ଧୀ ଯେଉଁସବୁ ବିଚାରଧାରାକୁ ନେଇ ନିଜ ଜୀବନ ଅତିବାହିତ କରିଥିଲେ, ଏବଂ ଗାନ୍ଧୀଙ୍କର ଯେଉଁସବୁ ବିଚାରଧାରା ଏଠାକୁ ଆସିବା ସମୟରେ ଆମ ବାପାମା’ ସାଙ୍ଗରେ ନେଇ ଆସିଥିଲେ ସେସବୁର ମୂଲ୍ୟକୁ ସର୍ବଦା ମନେ ରଖିବା ଉଚିତ ବୋଲି” ଜାଭିଦ କହିଥିଲେ ।

ମନ୍ତ୍ରୀ ସାଜିଦ ଜାଭିଦ ଜଣେ ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟିଶ ଅଟନ୍ତି । ତାଙ୍କ ବାପା ଜଣେ ବ୍ରିଟିଶ ପାକିସ୍ତାନୀ ଡ୍ରାଇଭର ବୋଲି ଜଣାପଡିଛି।

Leave A Reply

Your email address will not be published.