Latest Odisha News

BREAKING NEWS

Qatar to Odisha: ମଧ୍ୟପ୍ରାଚ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ କତାରରୁ ଅଣାଗଲା ଓଡ଼ିଆ ଶ୍ରମିକଙ୍କ ମରଶରୀର

ଭୁବନେଶ୍ୱର: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କତାର ଦେଶରେ ପ୍ରାଣ ହରେଇଥିବା ଓଡ଼ିଆ ଶ୍ରମିକ କୁନା ଖୁଣ୍ଟିଆଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇ ଅଣାଯାଇଛି।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ବାସିନ୍ଦା କୁନା ଖୁଣ୍ଟିଆ ଗତ ୪ ମାସ ତଳେ କତାର ଦେଶର ଏକ ଘରୋଇ କମ୍ପାନୀ ଠାରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ବିଗତ ମାର୍ଚ୍ଚ ୬, ୨୦୨୬ ରିଖ ଦିନ ତାଙ୍କ ମୃତ୍ୟୁ ସମ୍ବନ୍ଧରେ ପରିବାର ଲୋକ ଖବର ପାଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, କୁନା ଖୁଣ୍ଟିଆ ନିଜ ରୁମ୍‌ରେ ବିଶ୍ରାମ ନେଉଥିବା ବେଳେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ଘଟିଥିବାର ଖବର ସେମାନେ ଜାଣିବାକୁ ପାଇଥିଲେ। ଏହାପରେ କୁନା ଖୁଣ୍ଟିଆଙ୍କ ମୃତ ଶରୀରକୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ଓଡ଼ିଶା ସରକାରଙ୍କ ପାଖରେ ନିବେଦନ କରିଥିଲେ।

ଏହି ସମ୍ବନ୍ଧରେ ଅବଗତ ହେବା ପରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ କୁନା ଖୁଣ୍ଟିଆଙ୍କ ମୃତ ଶରୀରକୁ ଗଞ୍ଜାମ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ଆଜି ପଠାଇ ଦିଆଯାଇଛି। ଆଜି ସକାଳେ କୁନାଙ୍କ ମୃତ ଶରୀର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରିତିଶ ପଣ୍ଡା ଉପସ୍ଥିତ ରହି କୁନା ଖୁଣ୍ଟିଆଙ୍କ ମୃତ ଶରୀରକୁ ଗଞ୍ଜାମ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ।

Comments are closed.