Latest Odisha News

BREAKING NEWS

ସାଉଦି ଆରବରୁ ଫେରିଲେ ଫସି ରହିଥିବା ୬ ଓଡିଆ

ଭୁବନେଶ୍ବର: ଘରକୁ ଫେରିଲେ ସାଉଦି ଆରବରେ ଫସିଥିବା ୬ ଓଡିଆଙ୍କ ସହ ୮ଜଣ । ଜଣେ ଏଜେଣ୍ଟଙ୍କ ଜରିଆରେ ସାଉଦି ଆରବ ଚାଲିଯାଇ ସେଠାରେ ଦୀର୍ଘ ଦିନ ଧରି ଫସିରହିଥିଲେ ଏହି ୬ଜଣ ଓଡିଆ । ଉଦ୍ଧାର ୬ ଓଡିଆ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଭୁଇଁପୁରର ବାବୁରାମ ସାହୁ, ରାଜନଗରର କ୍ଷୀରୋଦ ନାରାୟଣ ପାତ୍ର, ଖୋର୍ଦ୍ଧା ଜିଲ୍ଲା ଦାମୋଦରପୁର ଗ୍ରାମର ବନମାଳୀ ଖୁଣ୍ଟିଆ, ପଞ୍ଚୁଗାଁର ରଞ୍ଜିତ ବାରିକ, ଅସୁରିପାଟଣା ଗ୍ରାମର ନବଘନ ମହାରଣା ଓ ଗଞ୍ଜାମ ଜିଲ୍ଲା ମୋହନପୁର ଗ୍ରାମର ମନୋଜ କୁମାର ପଲେଇ ।

ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ-ମଇ ମାସରେ ପାଇପମିସ୍ତ୍ରୀ, ରାଜମିସ୍ତ୍ରୀ ଭାବେ କାମ କରିବାକୁ ଜଣେ ଏଜେଣ୍ଟଙ୍କ ଜରିଆରେ ସାଉଦି ଆରବ ଚାଲିଯାଇଥିଲେ ଏହି ୬ ଓଡିଆଙ୍କ ସମେତ ୮ଜଣ ଯୁବକ ।କିନ୍ତୁ ସେଠାରେ ପହଞ୍ଚିବା ପରେ  କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ| ୪ ମାସ କାମ କରିଥିଲେ ମଧ୍ୟ ୧ ମାସର ଦରମା ଦେଇ ସହର ଠାରୁ ୭୦ କିଲୋମିଟର ଦୂରରେ ଏକ ପରିତ୍ୟକ୍ତ ଘରେ ରହିବାକୁ ବାଧ୍ୟ କରିଥିଲେ । କୌଣସି ଉପାୟ ନପାଇ ପରିବାର ଲୋକ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଏହାପରେ ଏହି ଯୁବକ ମାନଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚଳିତ ମାସ ୯ ତାରିଖରେ ଏକ ଚିଠି ଲେଖି ନିବେଦନ କରିଥିଲେ ବୈଜୟନ୍ତ । ଶେଷରେ ଏବେ ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ଏହି ୬ ଓଡିଆ ।

Comments are closed.