ଜଗତସିଂହପୁର:ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ। ।ଉଦ୍ଧାର ନିମନ୍ତେ ପରିବାର ଲୋକଙ୍କ ଆକୁଳ ନିବେଦନ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ଅପହୃତ ଯୁବକଙ୍କ ପରିବାର ଲୋକେ। ସୂଚନାଥାଉକି, ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା (୩୬) ।
ସୂଚନାନୁସାରେ, ସେ ତିନି ବର୍ଷ ହେଲା ସୁଦାନର ଦର୍ଫୁର ଷ୍ଟେଟ ଅଲ ଫାସିରଠାରେ ଥିବା ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଗୃହ ଯୁଦ୍ଧକୁ ନେଇ ଗତ କିଛି ଦିନ ହେବ କମ୍ପାନି ବନ୍ଦ ରହିଥିବାବେଳେ ସପ୍ତାହେ ତଳେ କମ୍ପାନି ମାଲିକଙ୍କ ଅନୁରୋଧ କ୍ରମେ ସେ କାର୍ଯ୍ୟାଳୟକୁ ଯାଇଥିବାବେଳେ ବିଦ୍ରୋହୀ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିବାର ଜଣାଯାଇଛି ।
ଅନ୍ୟପକ୍ଷରେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା। ସେ କହିଛନ୍ତି ଆମେ ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗରେ ରହିଛୁ। ଆଦର୍ଶଙ୍କ ଅପହରଣ ସଂପର୍କରେ ସେମାନଙ୍କ ସହ ଆଲୋଚନା ହୋଇଛି। ମଙ୍ଗଳବାର ଏନେଇ ଅଧିକ ଆଲୋଚନା ହେବ। ସୁଦାନ ରାଷ୍ଟ୍ରଦୂତ କହିଛନ୍ତି, ଅଞ୍ଚଳରେ ଯୋଗାଯୋଗ ବନ୍ଦ ରହିଛି, ଶୀଘ୍ର ସୁରକ୍ଷିତ ଉଦ୍ଧାର ଆଶା।
Comments are closed.