Latest Odisha News

ବିଶ୍ୱ ପରିବେଶ ଦିବସ ଜାତୀୟ ଯୁବ ସମ୍ମିଳନୀରେ ଓଡ଼ିଆ ପୁଅ ୟଶ୍ ମହାନ୍ତି ପୁରସ୍କୃତ

ଭୁବନେଶ୍ୱର: ଭାରତୀୟ ବନାଞ୍ଚଳ ପରିଚାଳନା ପ୍ରତିଷ୍ଠାନ ଭୋପାଳ ପକ୍ଷରୁ ମିଶନ୍ ଲାଇଫ୍ ଶୀର୍ଷକ ଦୁଇଦିନିଆ ଜାତୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ବକ୍ତବ୍ୟ ପ୍ରତିଯୋଗିତାରେ ୧୦୦ ଜଣ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା । ଦ୍ୱିତୀୟ ଦିନରେ ଅଂଶଗ୍ରହଣକାରୀଙ୍କୁ ମିଶନ ଲାଇଫର ୭ଟି ଥିମ୍ ଉପରେ ବକ୍ତବ୍ୟ ପାଇଁ ୫ ମିନିଟ୍ ସମୟ ଦିଆଯାଇଥିଲା ।

BjdElectrycity

ଆଉ ପ୍ରଦର୍ଶନ ଆଧାରରେ ବିଚାରପତି ୫ ଜଣଙ୍କୁ ବିଜେତା ଘୋଷଣା କରିଥିଲେ । ଏଥିରେ ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ଉତ୍କଳ ଆଇନ୍ ବିଶ୍ୱବିଦ୍ଯାଳୟର ପ୍ରଥମ ବର୍ଷର ଛାତ୍ର ୟଶ୍ ମହାନ୍ତି ଅନ୍ୟତମ ବିଜେତା ହୋଇଥିଲେ ।

ନୂଆଦିଲ୍ଲୀ ଠାରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ୟୁଥ୍ ଆଇକନ୍ ପୁରସ୍କାର ୟଶ୍ ମହାନ୍ତି ଗ୍ରହଣ କରିଛନ୍ତି । ଭୁବନେଶ୍ୱରରେ ରହୁଥିବା ୟଶ୍ ଜଣେ ଭଲ କଣ୍ଠଶିଳ୍ପୀ ମଧ୍ୟ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍ ମହାନ୍ତି ଓ ଆଇନଜୀବୀ ରେଖା ମହାନ୍ତିଙ୍କ ପୁଅ ହେଉଛନ୍ତି ୟଶ୍ ।

Leave A Reply

Your email address will not be published.