Latest Odisha News

BREAKING NEWS

ବ୍ୟର୍ଥ ହେଲା ସମସ୍ତ ଉଦ୍ୟମ, ଆଖି ଓଦା କରି ଚାଲିଗଲା ପୁଲର ପିଲାର ମଧ୍ୟରେ ଫସିଥିବା ରଞ୍ଜନ

ପାଟନା: ବିହାରର ରୋହତାସ ଜିଲ୍ଲାର ସୋନ ନଦୀ ପୁଲର ପିଲାର ମଧ୍ୟରେ ଫସି ଯାଇଥିବା ୧୧ ବର୍ଷର ଶିଶୁ ରଞ୍ଜନ କୁମାରକୁ ବଂଚାଇବା ସମ୍ଭବପର ହୋଇ ନାହିଁ । ବ୍ୟର୍ଥ ହୋଇଛି ସମସ୍ତ ଉଦ୍ୟମ ଏବଂ ଅକ୍ଳାନ୍ତ ପରିଶ୍ରମ, ଶେଷରେ ସମସ୍ତଙ୍କ ଆଖିକୁ ଓଦା କରି ଶିଶୁଟି ଆରପାରିକୁ ଚାଲିଯାଇଛି । ୨୫ ଘଂଟାର ଅପରେଶନରେ ଶିଶୁଟିକୁ ଗମ୍ଭୀର ଅବସ୍ଥାରେ ଡାକ୍ତରଖାନା ନିଆ ଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହା ପୂର୍ବରୁ ଏନଡିଆରଏଫ ଓ ଏସଡିଆରଏଫର ୩ ଅଫିସର ଓ ୩୫ ଯବାନ ଦିନ ରାତି ଏକ କରି ରଞ୍ଜନକୁ ବଂଚାଇବା ପାଇଁ ସମସ୍ତ ଉଦ୍ୟମ କରିଥିଲେ । ଅଣ ଓସାରିଆ ଯୋଗୁ ଅତ୍ୟାଧୁନିକ ସାମଗ୍ରୀ ବ୍ୟବହାର କରାଯାଇ ପାରୁ ନ ଥିଲା । ଶେଷରେ ସ୍ଲାବ ଭଙ୍ଗାଯାଇ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ବାଂଉଶ ନଳୀ ମାଧ୍ୟମରେ ରଞ୍ଜନକୁ ଖାଦ୍ୟ ଏବଂ ପାଇପ ମାଧ୍ୟମରେ ଅକ୍ସିଜେନର ବ୍ୟବସ୍ଥା କରାଯାଇଥିଲା । ରଞ୍ଜନ ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ ନ ଥିଲା । ସ୍ଥାନୀୟ ବାସିନ୍ଦାଙ୍କ ହିବା ଅନୁସାରେ ସେ ପାରା ଧରିବାକୁ ଯାଇ ପୁଲର ପିଲାର ମଧ୍ୟରେ ଫସି ଯାଇଥିଲା । ୨ ଦିନ ଖୋଜାଖୋଜି କରିବା ପରେ ଜଣେ ମହିଳାଙ୍କ ସୂଚନାକ୍ରମେ ପରିବାର ଲୋକ ସେଠାରେ ପଂହଚିଥିଲେ । ସେମାନେ ଉଦ୍ୟମ କରି ବିଫଳ ହେବା ପରେ ପ୍ରଶାସନ ଓ ପୋଲିସର ସାହାଯ୍ୟ ଲୋଡିଥିଲେ ।

Leave A Reply

Your email address will not be published.